NEET ଓ JEE ମେନ୍ ପରୀକ୍ଷା ସ୍ଥଗିତ ନକରିବାକୁ ଛାତ୍ରଛାତ୍ରୀଙ୍କ ଦାବି

Published By : Prameya-News7 Bureau | August 04, 2020 IST

ନୂଆଦିଲ୍ଲୀ ୦୪।୦୮: ମେଡିକାଲ ଓ ଇଂଜିନିୟରିଂ କଲେଜରେ ଆଡ୍‌ମିଶନ ପାଇଁ ହେବାକୁ ଥିବା ଜେଇଇ ମେନ୍‌ ଓ ନିଟ୍‌କୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି । ଉଭୟ ପ୍ରବେଶିକା ପରୀକ୍ଷୀକୁ ବାରମ୍ବାର ସ୍ଥଗିତ କରିବା । କୌଣସି ପରିସ୍ଥିତିରେ ପରୀକ୍ଷାର ତାରିଖ ବଦଳାଇବା ପକ୍ଷରେ ନାହାନ୍ତି ଛାତ୍ରାଛାତ୍ରୀମାନେ । ତେବେ ଏଭଳି ସମୟରେ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା ୨୦୨୦ ଘୁଞ୍ଚାଇବା ଏକ ଖବର ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । କିନ୍ତୁ ସେପଟେ ଦିନ ରାତି ପରିଶ୍ରମ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଏବେ ଡର ଲାଗିଲାଣି ଯେ, ପୁଣି ଥରେ କରୋନା ଭଳି ସ୍ଥିତିରେ ସେମାନଙ୍କ ପରୀକ୍ଷା ସ୍ଥଗିତ କରାଯିବ ।

ସେହିପରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଛାତ୍ରଛାତ୍ରୀମାନେ ପରୀକ୍ଷାକୁ  ଠିକ୍ ସମୟରେ କରାଯିବାକୁ ଦାବି କରୁଛନ୍ତି। ଠିକ୍ ସମୟରେ ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରମାନେ କୁହନ୍ତି ଯେ, ସେମାନେ କଠିନ ପରିସ୍ଥିତିରେ ଦିନରାତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସମୟରେ ପରୀକ୍ଷା ବିଳମ୍ବ କରିବା ଉଚିତ୍ ନୁହେଁ। ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏପରି କଥା ଖୁବ୍‌ ଭାଇରାଲ ହେଉଛି ।

ଜୁଲାଇ ୩ ରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ JEE ମେନ୍, NEET ଏବଂ JEE ଆଡଭାନ୍ସର ସଂଶୋଧିତ ତାରିଖ ଘୋଷଣା କରିଥିଲେ । ସେ ଟ୍ୱିଟ୍ କରି କହିଛନ୍ତି ଯେ,  JEE ମେନ୍‌ର ପରୀକ୍ଷା ବର୍ତ୍ତମାନ ସେପ୍ଟେମ୍ବର ୧ ରୁ ୬ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ହେବ। ସେହିପରି ୨୭ ସେପ୍ଟେମ୍ବରରେ JEE ଆଡଭାନ୍ସ ଅନୁଷ୍ଠିତ ହେବ । ୧୩ ସେପ୍ଟେମ୍ବରରେ NEET ଅନୁଷ୍ଠିତ ହେବ ।

ଏହାପୂର୍ବରୁ JEE ମେନ୍‌ ପରୀକ୍ଷା ଏପ୍ରିଲରେ ଅନୁଷ୍ଠିତ ହେବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ କରୋନା କାରଣରୁ ଜୁଲାଇ ୧୫ ସୁଦ୍ଧା କରିବାକୁ ଯୋଜନା କରାଯାଇଥିଲା। ସୁପ୍ରିମକୋର୍ଟରେ ସିବିଏସ୍ଇ ପରୀକ୍ଷା ବାତିଲ ହେବା ସହିତ ପ୍ରାର୍ଥୀମାନେ ଦାବି କରିଛନ୍ତି ଯେ,  JEE ମେନ୍ ଏବଂ NEET ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖି ନୂତନ ତାରିଖ ଘୋଷଣା କରାଯାଉ। ଏହି ଚାହିଦାକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସେପ୍ଟେମ୍ବରରେ ଜୁଲାଇ ୩ରେ ପରୀକ୍ଷା କରିବାକୁ ଘୋଷଣା କରିଥିଲା ।

ତେବେ କିଛି ଛାତ୍ର କହିଛନ୍ତି ଯେ, ସେମାନେ କରୋନା ମହାମାରୀରେ ପୀଡିତ ହୋଇଛନ୍ତି । ତେଣୁ ଏହି ସମୟରେ ପରୀକ୍ଷା ଦେବାରେ ଅସୁବିଧା ହେବ । କିନ୍ତୁ ଅନ୍ୟ କିଛି ଛାତ୍ରଛାତ୍ରୀମାନେ ଏହି ସମୟରେ ପରୀକ୍ଷା କରାଯିବା ଉଚିତ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.