ଅଦ୍ଭୁତ ବ୍ୟବସ୍ଥା- ପାଠ ପଢିବାକୁ ଜୀବନକୁ ପାଣି ଛଡାଇ ୨ଟି ନଦୀ ପାର ହେଉଛନ୍ତି ପିଲା

Published By : Prameya-News7 Bureau | October 23, 2019 IST

କୋରାପୁଟ ୨୩।୧୧- ଅଦ୍ଭୁତ ବ୍ୟବସ୍ଥା । ପାଠ ପଢିବାକୁ ଜୀବନକୁ ପାଣି ଛଡାଇ ୨ଟି ନଦୀ ପାର ହେଉଛନ୍ତି ପିଲା । ନଦୀରେ ପାଣି ଆସିଲେ ପାଠ ପଢାରେ ଲାଗେ ଡେ।ରୀ । ଦିନକର କଥା ନୁହଁ, ପୀଢି ପୀଢି ଧରି ଏମିତି ସମସ୍ୟା ଭିତରେ ଜୀବନ କାଟୁଛନ୍ତି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଳକର ୩ଟି ପଂଚାୟତ ବାସୀ ।

{"id":173835}

ସ୍କୁଲ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଛାତ୍ରଛାତ୍ରୀ। କିଏ ବାପା କାନ୍ଧରେ ବସିଛି ତ ଆଉ କାହାକୁ ହାତ ଧରି ନଦୀ ପାର କରି ଦେଉଛି ମାଆ । କାରଣ ନଦୀରେ ପ୍ରବଳ ଜଳ ସ୍ରୋତ। ପାଦେ ପାଦେ ରହିଛି ବିପଦ । ହାତ ଛାଡିଦେଲେ ପ୍ରଖର ସ୍ରେ।ତରେ ଭାସିଯିବାର ସମ୍ଭାବନା ମଧ୍ୟ ରହିଛି ।

{"id":173836}

ଆଉ ଏଭଳି ଜୀବନକୁ ପାଣି ଛଡାଇ ଦୁଇଟି ନଦୀ ପାର ହେ।ଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ଏହି ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଳକ ବାନ୍ଧିଆଗୁଡାର। ଗାଁ ନିକଟରେ କୁର୍ଲୁ ଓ ବାନ୍ଧିଆଯୋଡି ନଦୀ ପ୍ରବାହିତ ହୋଇ ଏଠାରେ ମିଶିଛି। ଖରା ଦିନକୁ ଛାଡିଦଲେ ବାକି ସବୁ ଦିନ ନଦୀରେ ପ୍ରବଳ ପାଣି। ଆଉ ଗାଁରେ ସ୍କୁଲ ନ ଥିବାରୁ ବାଧ୍ୟ ହେ।ଇ ବିପଦକୁ ମୁଣ୍ଡାଇଛନ୍ତି ଅଭିଭାବକ ଓ ପିଲା ।

{"id":173837}

ଇଏ ତ ଥିଲା ପିଲାଙ୍କ ସମସ୍ୟା। ଏହି ଦୁଇ ନଦୀ ଯୋଗୁଁ କେବଳ ବାନ୍ଧିଆଗୁଡା ନୁହେଁ , ଲିମା ପଂଚାୟତ ଉପରେ ନିର୍ଭର କରୁଥିବା କୁନ୍ଦୁରା ବ୍ଳକର ୩ଟି ପଂଚାୟତର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ପେନସନ ହେଉକି ବଜାର ସଉଦା ,ପ୍ରତିଟି କାମ ପାଇଁ ପାଇଁ ବାନ୍ଧିଆଗୁଡା ଗ୍ରାମବାସୀ ଲିମା ପଂଚାୟତ ଉପରେ ନିର୍ଭର କରନ୍ତି ।

{"id":173838}

ତେଣୁ ପିଲାଠୁ ବୟସ୍କ ସମସ୍ତେ ଜୀବନକୁ ବାଜି ଲଗାଇ ଏହି ଦୁଇ ନଦୀ ପାର ହୋଇ ଆସୁଛନ୍ତି । ତେବେ ଏମାନଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ଲେ।କେ । କିନ୍ତୁ ପେ।ଲି ଦୂରର କଥା ଡଂଗାଟିଏ ବି ପକାଇନି ପ୍ରଶାସନ ।

{"id":173840}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.