ଏଣିକି ଛାତ୍ରଛାତ୍ରୀମାନେ ନିଶୁଳ୍କରେ ବୁଲି ପାରିବେ ଭିତରକନିକା, ଦେବାକୁ ପଡିବନି କୌଣସି ଫି

Published By : Prameya-News7 Bureau | October 01, 2019 IST

ପଟ୍ଟାମୁଣ୍ଡାଇ ୧।୧୦: ବନବିଭାଗର ନିଆରା ପ୍ରୟାସ। ଏଣିକି ଛାତ୍ରଛାତ୍ରୀମାନେ ନିଶୁଳ୍କରେ ଭିତରକନିକା ବୁଲି ପାରିବେ। ତିନୋଟି ଜାତୀୟ ଛୁଟି ଦିବସ ଗାନ୍ଧି ଜୟନ୍ତୀ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଭିତରକନିକା ପରିଦର୍ଶନ ପାଇଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବନି କୌଣସି ଫି। ଛାତ୍ରଛାତ୍ରୀଙ୍କୁ ମାଗଣା ବୋଟିଂ ସେବା ଯୋଗାଇଦେବାକୁ ସ୍ଥିର କରିଛି ବନ ବିଭାଗ।

{"id":164962}

ଭିତରକନିକା ପ୍ରବେଶ ପାଇଁ ଏବେ ୧୦୦ରୁ ୫୦୦ ଟଙ୍କା ଓ ବୋଟିଂ ପାଇଁ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟଟକଙ୍କ ଦେବାକୁ ପଡେ। ଏତେ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ଭିତରକନିକା ବୁଲିବାକୁ ପସନ୍ଦ କରିନଥାନ୍ତି। ତେଣୁ ବିଦ୍ୟାଳୟ ଓ କଲେଜ ଛାତ୍ରଙ୍କୁ  ଆକୃଷ୍ଟ କରିବା ଲାଗି ବନବିଭାଗ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି।

{"id":164964}

୧୯୭୫ ମସିହାରେ ବିଶ୍ବର ଦ୍ବିତୀୟ ବୃହତ୍ତମ ଲୁଣା ଜଙ୍ଗଲକୁ ଭିତରକନିକା ଅଭ୍ୟୟାରଣ୍ୟ ରୂପେ ଘୋଷଣା କରାଯାଇଥିଲା । ୧୯୯୮ରେ ଭିତରକନିକାର ୧୪୫ ବର୍ଗ କିଲୋମିଟର ଅଞ୍ଚଳକୁ ମିଳିଥିଲା ଜାତୀୟ ଉଦ୍ୟାନର ମାନ୍ୟତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.