ରାଜଧାନୀରେ ଅସାମାଜିକ ଯୁବକଙ୍କ ପ୍ରାର୍ଦୁଭାବ, ଫାଷ୍ଟଫୁଡ୍ ଦୋକାନରେ ଛାତ୍ରମାନଙ୍କୁ ଆକ୍ରମଣ
9/07/2019 at 3:52 PM

ଭୁବନେଶ୍ବର ୯|୭: ଶହୀଦନଗର ଅଞ୍ଚଳରେ ଅସାମାଜିକ ଯୁବକଙ୍କ ପାଦୁର୍ଭାବ । ଗତକାଲି ରାତିରେ ଶହୀଦନଗର ସ୍ଥିତ ଏକ ଫାଷ୍ଟଫୁଡ୍ ଦୋକାନରେ କିଛି ଛାତ୍ର ଖାଉଥିବା ବେଳେ ହଠାତ୍ ୫ରୁ ୬ ଜଣ ଅସାମାଜିକ ଯୁବକ ସେଠାକୁ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କୁ ନିସ୍ତୁକ ମାଡ ମାରିବା ସହ ସେମାନଙ୍କଠାରୁ ମୋବାଇଲ୍ ମଧ୍ୟ ଛଡାଇ ନେଇଥିଲେ ।

ଏହି ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ । ଘଟଣାସ୍ଥଳରେ ଫାଷ୍ଟଫୁଡ ଦୋକାନର କର୍ମଚାରୀ ଓ ଅନ୍ୟ ଲୋକମାନେ ଉପସ୍ଥିତ ଥିଲେ ବି କେହି ପ୍ରତିବାଦ କରିନଥିଲେ । ଏନେଇ ଶହୀଦନଗର ଥାନାରେ ଛାତ୍ରମାନଙ୍କ ପକ୍ଷରୁ ଏତଲା ଦିଆଯାଇଛି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।