Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝାରସୁଗୁଡାରେ ପହଞ୍ଚିଲେ ୭୦ଛାତ୍ରଛାତ୍ରୀ, ୨ଟି ବସ୍‌ ଯୋଗେ କୋଟାରୁ ଆସିଲେ ସମସ୍ତେ

3/05/2020 at 1:41 PM

ଝାରସୁଗୁଡା ୦୩।୦୫: ରାଜସ୍ଥାନ ର କୋଟରେ ଫସି ରହିଥିବା ଝାରସୁଗୁଡା ଜିଲ୍ଲାର ୭୦ଛାତ୍ରଛାତ୍ରୀଙ୍କୁ ନେଇ ଆସି ୨ଟି ବସ୍‌ ପହଞ୍ଚିଛି । ଗତ ଶୁକ୍ରବାର କୋଟାରୁ ବାହାରି ଥିବା ଏହି ବସ ଆଜି ସକାଳ ସାଢେ ୯ଟା ସୁଦ୍ଧା ଝାରସୁଗୁଡ଼ାରେ ପହଞ୍ଚିବା ପରେ ପୋଲିସ ପାଟ୍ରୋଲିଂ ସହ ସିଧାସଳଖ ବେଲପାହାଡ଼ ନିଆଯାଇଥିଲା। ପ୍ରଥମେ ସେମାନଙ୍କୁ ବେଲପାହାଡ଼ ଫୁଟବଲ ପଡ଼ିଆରେ ସ୍କ୍ରିନିଂ କରାଯିବା ପରେ କିଛି ଛାତ୍ରଛାତ୍ରୀ ନିଜ ଅଭିଭାବକ ଙ୍କ ସହ ନିଜ ଘରକୁ ଯାଇଥିଲେ।

ବେଲପାହାଡ଼ କଲେଜର ନବନିର୍ମିତ ଛାତ୍ରୀ ନିବାସରେ ଛାତ୍ରଛାତ୍ରୀ ମାନଙ୍କ ସ୍କ୍ରିନିଂ କରାଯିବା ପରେ କ୍ବାରେଣ୍ଟାଇନରେ ରଖିବାର ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବେଲପାହାଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ, ପୋଲିସ ଅଧିକାର, ଡାକ୍ତରୀ ଟିମ ସେଠାରେ ସଜାଗ ହୋଇ ରହିଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଛାତ୍ରଛାତ୍ରୀଙ୍କ ପରିବାରର ସମସ୍ତ ସଦସ୍ୟ ନିଜ ଘରେ କ୍ବାରେଣ୍ଟାଇନ ରେ ରହିବାକୁ ନିର୍ଭର ପ୍ରତିଶ୍ରୁତି ଦେବେ ସେମାନେ ନିଜ ପିଲାଙ୍କୁ ସାଥିରେ ନେବାକୁ ପ୍ରଶାସନ ଅନୁମତି ଦେବ ବୋଲି ଜିଲ୍ଲାପାଳ ପୂର୍ବରୁ ସୂଚନା ଦେବା ସହ କ୍ବାରେଣ୍ଟାଇନ ସେଣ୍ଟରରେ ଯେଉଁମାନେ ରହିବେ ସେମାନଙ୍କ ସମସ୍ତ ବ୍ୟବସ୍ଥା ସରକାର ବହନ କରିବେ ବୋଲି କହିଛନ୍ତି। ଏହି ଅବସରରେ କୋଟାରେ ଫସିଥିବା ଛାତ୍ରଛାତ୍ରୀ ଝାରସୁଗୁଡା ଆସି ପାରି ଥିବାରୁ ସେମାନେ ସରକାର ଓ ସ୍ଥାନୀୟ ଲୋକ ପ୍ରତିନିଧି ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

   Related Posts