Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବିପଦପୂର୍ଣ୍ଣ ଅବସ୍ଥାରେ ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

21/09/2019 at 10:00 PM

ଅନୁଗୁଳ ୨୧।୦୯-  ”ସଭିଏଁ ପଢିବେ,ସଭିଏଁ ବଢ଼ିବେ” ଏମିତି ଏକ ନାରା ଗଣଶିକ୍ଷା ବିଭାଗ ଦେଇଥିଲା ବେଳେ,ବିପଦପୂର୍ଣ୍ଣ ଅବସ୍ଥାରେ ଛାତିଏ ଆଉ ବେକେ ପାଣିରେ ଜୋର ବା ନାଳ ପାର ହୋଇ ପାଠ ପଢିବାକୁ ଯାଉଛନ୍ତି ସ୍କୁଲ ପିଲା। ଏହା ହେଉଛି ଶିଳ୍ପ ସମୃଦ୍ଧ ଅନଗୁଳ ଜିଲ୍ଲାର। ଅନଗୁଳ ସହରରୁ ମାତ୍ର ୧୨ କିମି ଦୂର ଇଙ୍କରବନ୍ଧ ବେହେରାସାହିର।

 ବିପଦପୂର୍ଣ୍ଣ ଅବସ୍ଥାରେ ସ୍କୁଲକୁ ଯିବାପାଇଁ , ବିପଦପୂର୍ଣ୍ଣ ଅବସ୍ଥାରେ ଟାକୁଆ ଜୋର କୁ ପାର ହେଉଛନ୍ତି। କାହାକୁ ବେକେ ପାଣିତ କାହାକୁ ଛାତିଏ। କାହାକୁ  ମୁଣ୍ଡରେ ବୋହି ଅଭିଭାବକ ଜୋର କୁ ପାର କରୁଛନ୍ତି। ଏହା  ଦିନେକି ଦୁଇଦିନର ନୁହେଁ। ବର୍ଷ ବର୍ଷ ଧରି ଏମିତି ଜୀବନକୁ ବାଜି ଲଗାଇ ପାର ହେଉଛନ୍ତି ସ୍କୁଲ ପିଲା। ଅଚାନକ ବର୍ଷା ହେଲେ ତ କଥା ସଲା। ପାଠ ପଢ଼ାରେ ଡୋର ଲାଗୁଛି। ଏହା ଉପାନ୍ତ ଅଞ୍ଚଳର ନୁହେଁ। ଏ ହେଉଛି ଅନଗୁଳ ଟାଉନରୁ ମାତ୍ର ୧୨ କିମି ଦୂର ଇଙ୍କରବନ୍ଧ ବେହେରାସାହି ଘଟଣା। ସାହିର ପିଲାମାନେ ଏମିତି ବିପଦପୂର୍ଣ୍ଣ ଭାବେ ଜୋର ପାର ହୋଇ ଇଙ୍କରବନ୍ଧ ପ୍ରାଥମିକ ବିଦ୍ୟାଳୟ କୁ ଯାଉଛନ୍ତି।ଏବେ ଏମାନଙ୍କର ଗୋଟିଏ ଲକ୍ଷ୍ୟ, ଆମେ ପାଠ ପଢ଼ିବୁ, ଆମକୁ ଶୀଘ୍ର ନାଳ ଉପରେ ପୋଲ ଦିଅ। ଏମିତି ଆକୁଳ ନିବେଦନ କରିଛନ୍ତି ସ୍କୁଲ ପିଲା ।

ସେପଟେ କେବଳ ସ୍କୁଲ ପିଲା କାହିଁକି,ଘରକୁ ପିଲା ନ ଆସିବା ପର୍ଯ୍ୟନ୍ତ ଅଭିବାବକ ଙ୍କ ଚିନ୍ତା ମଧ୍ୟ ବଢୁଛି। ଯେତେ ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ ଶୁଣୁନାହିଁ ବୋଲି କହିଛନ୍ତି।ସେପଟେ ଏହାର ଉତ୍ତର ହେଲା ଆପଣଙ୍କ ଠାରୁ ଖବର ଆସିଲା ପରେ ଆମେ ଏକ ଉଚ୍ଚସ୍ତରୀୟ ମିଟିଂ କରି ସମାଧାନ ର ବାଟ ବାହାର କରିବୁ। କିଛି ପ୍ରାଇଭେଟ ଲ୍ୟାଣ୍ଡ ର ସମସ୍ୟା ଯୋଗୁଁ ଆମେ ବ୍ରିଜ ତିଆରି କରିପାରୁନାହୁଁ। କିନ୍ତୁ ଏ ସମସ୍ୟାର ସମାଧାନ ପାଇଁ ଚେଷ୍ଟାକରିବୁ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ତେବେ ”ସଭିଏଁ ବଢ଼ିବେ, ସଭିଏଁ ପଢିବେ” ନାରା କେମିତି ସଫଳ ହେବ? ଯଦି ଏଭଳି ସମସ୍ୟା ରହୁଛି।

   Related Posts