Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶରେ ଜାଣନ୍ତୁ ବିଦ୍ୟାଳୟ ଶିକ୍ଷାର ହାଲ, ଏଭଳି ଆପ୍ଲିକେସନ ଦେଇ ଛୁଟିରେ ଯାଇଛି ଛାତ୍ର

କାନପୁର : ଦେଶରେ ସରକାରୀ ବିଦ୍ୟାଳୟ ଶିକ୍ଷା କେଉଁ ସ୍ଥିତିରେ ପହଞ୍ଚିଲାଣି ତାହା କାନପୁର ଜି.ଡି.ରୋଡ ସରକାରୀ ସ୍କୁଲ ପ୍ରଶାସନରୁ ଜଣାପଡିଛି। ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜନୈକ ଛାତ୍ର ଛୁଟିରେ ରହିବା ଲାଗି ପ୍ରିନ୍ସପାଲଙ୍କୁ ଆପ୍ଲିକେସନ ଦେଇଥିଲା। ଆପ୍ଲିକେସନ ଆଧାରରେ ଛାତ୍ର ଛୁଟିରେ ଚାଲିଯାଇଥିବା ବେଳେ ସେ ଯାହା ଉଲ୍ଲେଖ କରିଛି ତାହା ଏବେ ସମସ୍ତଙ୍କୁ ତାଜ୍ଜୁବ କରିଛି।

ଛାତ୍ର ଛୁଟି ଆବେଦନରେ ଲେଖିଛି ‘ ସବିନୟ ନିବେଦନ କରୁକି  ଆମ୍ଭେ (ଛାତ୍ରର ନାମ)ଙ୍କ  ୨୦ ଅଗଷ୍ଟ ୨୦୧୯ ପୂର୍ବାହ୍ନ ୧୦ଟା ବେଳେ ଦେହାନ୍ତ ହୋଇଯାଇଛି। ଏଣୁ ଅନୁରୋଧ କରେକି ବିଦ୍ୟାଳୟ ରିସେସରୁ ଅବକାସ ପ୍ରଦାନ କରିବାକୁ କୃପା କରନ୍ତୁ..ମହାନ ଦୟା ହେବ’। ଛାତ୍ରଙ୍କ ଛୁଟି ଆବେଦନ ନପଢି ପ୍ରଧାନ ଶିକ୍ଷକ ମଧ୍ୟ ଏଥିରେ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଫଳରେ ଛାତ୍ରଟି  ଶ୍ରେଣୀ ଅଧାରୁ ଚାଲିଯାଇଥିଲା।

ଘଟଣାଟି ସମ୍ପର୍କରେ ପ୍ରଥମେ କେହି ଜାଣି ନଥିଲେ। ହେଲେ ଶିକ୍ଷକମାନଙ୍କ ନିଜରରେ ଛାତ୍ରଙ୍କ ଆପ୍ଲିକେସନଟି ପଡିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପରେ ପତ୍ରଟିକୁ ବିଦ୍ୟାଳୟ ପରିଚାଳନା କମିଟିରେ ଉପସ୍ଥାପନ କରାଯାଇଥିବା ବେଳେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତାକୁ ଦାୟି କରାଯାଇଥିବା ବେଳ ଏଭଳି ଆପ୍ଲିକେସନ ଲେଖି ସମସ୍ତଙ୍କୁ ଚିନ୍ତାରେ ପକାଇଥିବାରୁ ଛାତ୍ରକୁ ମଧ୍ୟ ସତର୍କ କରାଇ ଦିଆଯାଇଛି। ତେବେ ଛାତ୍ର ନିଜର ମୃତ୍ୟୁ ଲାଗି ବିଦ୍ୟାଳୟ ଅଧାରୁ ଘରକୁ ଯିବାକୁ ଆବେଦନ କରି ଏବେ ଚର୍ଚ୍ଚାର ପାତ୍ର ପାଲଟିଛି।

1065 Views

   ସମ୍ବନ୍ଧିତ ଖବର