ଗୋଟିଏ ସ୍କୁଲ, ସମାନ ପିଲା ହେଲେ ୨ଟି ଦୃଶ୍ୟ : ମାଡ଼ ଖାଇଲେ କିନ୍ତୁ ଦିନକ ପରେ କ୍ଷମା କରିଦେଲେ!

Published By : Prameya-News7 Bureau | January 21, 2020 IST

କେନ୍ଦୁଝର ୨୧/୧: ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ନିର୍ଦ୍ଧୁମ ମାଡ଼ ମାରିବା ଘଟଣାରେ ନୂଆ ମୋଡ । ଅଭିଯୁକ୍ତ ଶିକ୍ଷକଙ୍କ ସପକ୍ଷରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ପିଟାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରତି ନାରାୟଣ ରାଉତ ଗତକାଲି ପିଲାମାନଙ୍କୁ ନିର୍ଦ୍ଧୁମ ବାଡ଼େଇ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ ।ଆଉ ଏଥିପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିଲା ।ହେଲେ ଆଜି ପିଲା ଏବଂ ଅଭିଭାବକ ସେମାନଙ୍କ ସପକ୍ଷରେ ବାହାରିବା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ପିଲାଙ୍କୁ ମାଡ଼ ମାରିବା ନିୟମ ବିରୋଧୀ କାର୍ଯ୍ୟ। ହେଲେ ଅଭିଭାବକଙ୍କ ସହ ଡିଇଓଙ୍କ ଆଲୋଚନା ପରେ ଯାହା ନିଷ୍ପତ୍ତି ନିଆଯିବ।…

{"id":214293,"sizeSlug":"large"}

ଗୋଟିଏ ସ୍କୁଲ, ସମାନ ପିଲା ହେଲେ ୨ଟି ଦୃଶ୍ୟ । ଦିନକ ଭିତରେ ବଦଳିଗଲା ଦୃଶ୍ୟପଟ୍ଟ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ପିଟାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।ଗତକାଲି ଏହି ସ୍କୁଲର ଜଣେ ଶିକ୍ଷକ ରତି ନାରାୟଣ ରାଉତ ପିଲାଙ୍କୁ ଆଣ୍ଠେଇ ନିର୍ଦ୍ଧୁମ୍‌ ମାଡ଼ ମାରିବାର ଦୃଶ୍ୟ ଭାଇରାଲ୍ ହୋଇଥିଲା । କେତେକ ପ୍ରଶ୍ନର ଉତ୍ତର ଦେଇନପାରିବାରୁ ଏପରି ଦଣ୍ଡ ଭୋଗିବାକୁ ପଡ଼ିଥିଲା ପିଲାଙ୍କୁ ।ଦଣ୍ଡମୁକ୍ତ ଶିକ୍ଷା ଉପରେ ଜୋର୍‌ ଦିଆଯାଉଥିବା ବେଳେ ଛାତ୍ରଙ୍କୁ ଏପରି ମାଡ଼କୁ ବ୍ୟାପକ ନିନ୍ଦା କରାଯିବା ପରେ ଶିକ୍ଷକଙ୍କୁ ସସ୍‌ପେଣ୍ଡ କରାଯାଇଥିଲା ।ହେଲେ ଆଜି ସେହି ପିଲା ମାଡ଼ ଦେଇଥିବା ସାର୍‌ଙ୍କ ସପକ୍ଷରେ ରାସ୍ତାକୁ ଓହ୍ଲାଇଛନ୍ତି ।ସେମାନେ ସ୍କୁଲ ନିକଟରେ ରାସ୍ତାରେ ଧାରଣାରେ ବସିଛନ୍ତି ।ଆଉ ସେମାନଙ୍କ ସହ ଅଭିଭାବକ ଏବଂ ଗ୍ରାମବାସୀ ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ ।ସ୍କୁଲକୁ ବନ୍ଦ କରିବା ସହ ହରିଚନ୍ଦନପୁର-ବଡ଼ପଳାଶପାଳ ରାସ୍ତାକୁ ଅବରୋଧ କରିଲେ ।ନିଲମ୍ବନ ଆଦେଶ ପ୍ରତ୍ୟାହାର ନହେବା ଯାଏଁ ସ୍କୁଲ ବନ୍ଦ ରଖାଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।…

{"id":214294,"sizeSlug":"large"}

ଗାଁ ଲୋକ କହିଛନ୍ତି, ସାରଙ୍କର କିଛି ଭୁଲ ନାହିଁ । ଆମ ପିଲା ପାଠ ପଢୁନଥିଲେ, ଦୁଷ୍ଟ ହେଉଥିଲେ ।ତେଣୁ ପିଲାଙ୍କୁ ବାଟକୁ ଆଣିବା ପାଇଁ ଆମେ ସାରଙ୍କୁ କହିଥିଲୁ।ତେଣୁ ତାଙ୍କ ଉପରେ କୈଣସି କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ଦାବି କରୁଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।ଏହି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ପିଲାଙ୍କୁ ମାଡ଼ ମାରିବା ନିୟମ ବିରୋଧୀ କାର୍ଯ୍ୟ ।ଆନ୍ଦୋଳନ ଚଳାଇଥିବା ଅଭିଭାବକଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ-ଡିଇଓ ଆଲୋଚନା କରିବା ପରେ ଯାହାକିଛି ନିଷ୍ପତ୍ତି ହେବ ।…

{"id":214295,"sizeSlug":"large"}

ପିଲାଙ୍କୁ ମାଡ଼ ମାରିବା ବର୍ତ୍ତମାନ ସମୟରେ ନିୟମ ବହିର୍ଭୂତ କାର୍ଯ୍ୟ ।କିନ୍ତୁ ମାଡ଼ ମାରିଥିବା ଶିକ୍ଷକଙ୍କ ସପକ୍ଷରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ ବସିବା ପରେ ଏବେ ନିଲମ୍ବିତ ହୋଇଥିବା ଶିକ୍ଷକଙ୍କର କଣ ହେବ ତା ଉପରେ ନଜର।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.