ସ୍କୁଲ ଛୁଟିକୁ ନେଇ କନଫ୍ୟୁଜନରେ ବିବ୍ରତ ଶିକ୍ଷାର୍ଥୀ ଓ ଅଭିଭାବକ : ଗତ ୧୮ ରୁ ୨୦ ତାରିଖ ,୩ ଦିନ ଭିତରେ ୩ ଥର ବଦଳିଛି ସ୍କୁଲ ଖୋଲିବା ତାରିଖ

Published By : Prameya-News7 Bureau | June 20, 2019 IST

ଭୁବନେଶ୍ବର ୨୦/୬: ସ୍କୁଲ ଖୋଲିଲା । ସରକାରଙ୍କ ଦିନକୁ ଦିନ ଗୋଟିଏ ଗୋଟିଏ ମତକୁ ନେଇ ପିଲା ଅଭିଭାବକ ଶିକ୍ଷକ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ମଙ୍ଗଳବାର ସରକାର ଘୋଷଣା କରିଥିଲେ ୨୬ ତାରିଖରେ ସ୍କୁଲ ଖୋଲିବ। ପୁଣି ଦିନକ ପରେ ଘୋଷଣା ହୋଇଛି ୨୧ ତାରିଖରେ ସ୍କୁଲ ଖୋଲିବ । ତିନି ଦିନରେ ତିନି ଥର ନିଷ୍ପତ୍ତି ଏବଂ ମନ୍ତ୍ରୀ- ସଚ୍ଚିବଙ୍କ କଥାରେ ତାଳ ମେଳ ନରହିବା ହିଁ ଚର୍ଚ୍ଚାର କାରଣ । ଆଉ ଏକ କଥା ହେଲା ରାଜଧାନୀ ଓ ଉପକୂଳର କିଛି ଅଞ୍ଚଳକୁ ଛାଡିଦେଲେ ରାଜ୍ୟର ଅନେକ ସ୍ଥାନରେ ଉତ୍ତାପ ୪୦ ଡିଗ୍ରୀ ପାଖାପାଖି । ତେଣୁ ଖରାତାତି ଆଳରେ ସ୍କୁଲ ଛୁଟି ବଢାଇଥିବା ସରକାର ଏବେ ଛୁଟି କମାଇଲେ କିପରି ?

{"id":125209,"width":594,"height":347}

୧୮ ନୁହେଁ ୧୯, ୧୯ ନୁହେଁ ୨୬ ଏବେ ପୁଣି ୨୬ ନୁହେଁ ୨୧। ରାଜଧାନୀ ଆକାଶର ମେଘ ଓ ଖରା ଦେଖି ସରକାର ନିଷ୍ପତ୍ତି ନେଉଛନ୍ତି ଏବେ ଏମିତି ଚର୍ଚ୍ଚା । କଥାଟା ସ୍କୁଲ ଖୋଲିବାକୁ ନେଇ।  ସରକାରଙ୍କ ନିଷ୍ପତ୍ତି ଏମିତି ଘଡ଼ିକେ ଘୋଡ଼ା ଛୁଟିଛି ଯେ ଲୋକେ ତନ୍ତକାଠି ଭଳି ହେଉଛନ୍ତି । ଗତ ୧୮ ରୁ ୨୦ ତାରିଖ ,୩ ଦିନ ଭିତରେ ୩ ଥର ବଦଳିଛି ସ୍କୁଲ ଖୋଲିବା ତାରିଖ । ଗତ ୧୭ ତାରିଖ ରେ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ କହିଥିଲେ ଯେ ଆଗାମୀ ୧୯ ତାରିଖ ରୁ ସ୍କୁଲ ଖୋଲିବ । ଏହାପରେ ୧୮ ତାରିଖ ରେ ବିଭାଗୀୟ ସଚିବ ବିଜ୍ଞପ୍ତି ପ୍ରକାଶ ଜାରି ସହ ଗଣମାଧ୍ୟମ କୁ ସୁଚନା ଦେଲେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସ୍କୁଲଛୁଟି ଅବଧିକୁ ଜୁନ ୨୫ ପର୍ଯ୍ୟନ୍ତ ବଢାଗଲା। କିନ୍ତୁ ସେହିଦିନ ବିଭାଗୀୟ ମନ୍ତ୍ରୀଙ୍କୁ ଛୁଟି ବିଷୟରେ ପଚାରିବାରୁ ସେ ଏ ବିଷୟରେ କିଛି ଜାଣିନଥିବା କହିଥିଲେ । ଆଉ ଏହାର ଦୁଇ ଦିନ ନ ପୁରୁଣୁ , ଅର୍ଥାତ ଆଜି ସକାଳୁ ପୁଣି ବଦଳିଯାଇଛି ସ୍କୁଲ ଛୁଟି ଅବଧି । ସ୍କୁଲ ଓ ଗଣ ଶିକ୍ଷାବିଭାଗ ଏକ ବିଜ୍ଞପ୍ତି ଜାରି କରି, ଆସନ୍ତାକାଲିଠୁ ସ୍କୁଲ ଖୋଲିବ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ।

{"id":125210,"width":597,"height":321}

କିନ୍ତୁ ଶିକ୍ଷା ବର୍ଷ ଆରମ୍ଭରେ  ସ୍କୁଲ ଛୁଟିକୁ ନେଇ ଏପରି କନଫ୍ୟୁଜନରେ ବିବ୍ରତ ଶିକ୍ଷାର୍ଥୀ ଓ ଅଭିଭାବକ । ସେମାନେ ମନ୍ତ୍ରୀ ଓସଚିବଙ୍କ ଏପରି ଘନ ଘନ ନିଷ୍ପତ୍ତି ପରିବର୍ତ୍ତନକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି । ଏପରିକି କିଛି ଦୂରଦୂରାନ୍ତର ଚାକିରୀ ସ୍ଥଳକୁ ଚାଲିଯାଇଥିବା ବେଳେ ପୁଣି ଫେରିଥିଲେ ଆଉ ଘରକୁ ଆସି ନ ପହଞ୍ଚୁଣୁ ପୁଣି କର୍ମସ୍ଥଳରୁ ଡାକରା। ତେଣୁ ଏପରି ଘନଘନ ନିଷ୍ପତ୍ତି ପରିବର୍ତ୍ତନ ଛାତ୍ର ଛାତ୍ରୀ ଙ୍କ ମାନସିକତା ଉପରେ କୁପ୍ରଭାବ ପକାଇବ ବୋଲି କହିଛନ୍ତି  କ୍ଷୁବ୍ଧ ଅଭିଭାବକ ।

{"id":125211,"width":594,"height":317}

ଚର୍ଚ୍ଚା ହେଉଛି ଇଗୋ କ୍ଲାସ ପାଇଁ କୁଆଡ଼େ ନିଷ୍ପତ୍ତି ପରିବର୍ତ୍ତନ ହେଉଛି। ସେପଟେ କିନ୍ତୁ ବାତ୍ୟା ଅଞ୍ଚଳରେ କେମିତି ସ୍କୁଲ ଖୋଲିବ ଏବଂ ଭଙ୍ଗା ସ୍କୁଲରେ ପିଲାଏ କେମିତି ପଢ଼ିବେ ସେନେଇ ସଚିବ ଓ ମନ୍ତ୍ରୀ କି ଠୋସ୍‌ ପଦକ୍ଷେପ ନେଇଛନ୍ତି ତାହା ଆଖି ଦୃଶିଆ ହୋଇନି। 

{"id":125212,"width":593,"height":337}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.