ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣେଶ ପୂଜାରେ ଅସଦାଚରଣ କଲେ ପ୍ରଧାନ ଶିକ୍ଷକ : କହିଲେ କାହାକୁ ନ କହିଲେ ଭଲ ଡ୍ରେସ ଦେବେ

Published By : Prameya-News7 Bureau | September 03, 2019 IST

ବୌଦ୍ଧ ୩/୯: ଗୁରୁ ଶିଷ୍ୟା ସଂପର୍କରେ ପୁଣି ଲାଗିଲା କଳଙ୍କ।ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖରସଂକୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

{"id":152484}

ଅଭିଯୋଗ ଅନୁସାରେ ଗତକାଲି ଛାତ୍ରୀ ଗଣେଶ ପୂଜା ପାଇଁ ସ୍କୁଲକୁ ଯାଇଥିଲେ।ତେବେ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ଛାତ୍ରୀଙ୍କୁ ଏହି ସମୟରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।ଅସଦାଚରଣ ପରେ  ଏହି ଘଟଣା ସମ୍ପର୍କରେ କାହାରିକୁ  କିଛି ନକହିବା ପାଇଁ ଛାତ୍ରୀଙ୍କୁ ଶିକ୍ଷକ ତାଗିଦ କରିଥିଲେ।  ଏଥି ସହ ଛାତ୍ରୀଙ୍କୁ ଡ୍ରେସ ଦେବାର ଲାଳସା ମଧ୍ୟ ଦେଖାଇଥିଲେ।

{"id":152485}

ଘଟଣା ପ୍ରଘଟ କଲେ ସ୍କୁଲରୁ ବାହାର କରିଦେବାର ମଧ୍ୟ ଧମକ ଦେଇଥିଲେ।ତେବେ ଘରକୁ ଫେରି ଛାତ୍ରୀ ଜଣକ ଅସଦାଚରଣ ସମ୍ପର୍କରେ ପ୍ରଥମେ  ନିଜ ମାଙ୍କୁ ଜଣାଇଥିଲେ। ଏନେଇ ପିଡୀତାଙ୍କ ବାପା ହରଭଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

{"id":152486}

ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ଫେରାର ଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.