Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ପରୀକ୍ଷାରେ କପି ରୋକିବାକୁ କର୍ତ୍ତୃପକ୍ଷଙ୍କ ଅଜବ ପଦକ୍ଷେପ, ଛାତ୍ରଛାତ୍ରୀ ପିନ୍ଧିଲେ କାର୍ଡବୋର୍ଡ ବାକ୍ସ

19/10/2019 at 7:28 PM

ବେଙ୍ଗାଲୁରୁ :  ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନିୟମିତତା ଏକ ସାଧାରଣ କଥା। ଏଥିଲାଗି ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଏ। ତେବେ କର୍ଣ୍ଣାଟକ ରାଜ୍ୟର ଏକ କଲେଜରେ ଛାତ୍ରଛାତ୍ରୀଙ୍କ କପି ରୋକିବା ଲାଗି ଅବଲମ୍ବନ କରିଥିବା ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ରଛାତ୍ରୀ କାର୍ଡବୋର୍ଡ ବାକ୍ସ ମୁଣ୍ଡରେ ଲଗାଇ ପରୀକ୍ଷା ଦେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଘଟଣା ଜଣାପଡିବା ପରେ ରାଜ୍ୟ ସରକାର ସମ୍ପୃକ୍ତ କଲେଜକୁ ପ୍ରସଙ୍ଗରେ ସ୍ପଷ୍ଟିକରଣ ମାଗିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଭଗତ ପ୍ରିୟୁନିଭର୍ସଟି କଲେଜ ପରୀକ୍ଷାରେ ଏଭଳି ନୀତି ଅବଲମ୍ବନ କରାଯାଇଥିଲା। କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ କପି ରୋକିବା ଲାଗି ସେମାନଙ୍କୁ ମୁଣ୍ଡରେ କାର୍ଡବୋର୍ଡ ବାକ୍ସ ପିନ୍ଧି ପରୀକ୍ଷାରେ ବସିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ କଲେଜରେ ଅର୍ଥଶାସ୍ତ୍ର ଓ ରସାୟନ ପରୀକ୍ଷା ଦିନର ଭିଡିଓ ସୋସାଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସମ୍ପର୍କରେ ଜଣାପଡିଛି। ୫୦ ଜଣ ଛାତ୍ରଛାତ୍ରୀ ମୁଣ୍ଡରେ ବାକ୍ସ ଲଗାଇ ପରସ୍ପର ଦୃଷ୍ଟି ଆଢୁଆଳରେ ପରୀକ୍ଷା ଦେଉଥିବା ହାବେରୀ ଜିଲ୍ଲୀ ଡେପୁଟି ଡାଇରେକ୍ଟର ଅଫ ପବ୍ଲିକ୍ ଇଂଷ୍ଟ୍ରକ୍ସନ (ଡିଡିପିଆଇ) କହିଛନ୍ତି।

ତେବେ ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ କଲେଜକୁ ଏପରି କୌଣସି ନିର୍ଦ୍ଦେଶ ଦିଆଯାଇ ନଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି। ସେହିପରି ଶିକ୍ଷା ବିଭାଗ ନିୟମରେ ପରୀକ୍ଷାରେ କପି ରୋକିବା ଲାଗି କେଉଁଠି ଛାତ୍ରଛାତ୍ରୀଙ୍କୁ ମୁଣ୍ଡରେ କାର୍ଡବୋର୍ଡ ବାକ୍ସ ପିନ୍ଧି ପରୀକ୍ଷା ଦେବାର ନିୟମ ମଧ୍ୟ ନଥିବା ଅଧିକାରୀ କହିଛନ୍ତି। ରାଜ୍ୟ ଶିକ୍ଷାମନ୍ତ୍ରୀ ଏସ.ସୁରେଶ କୁମାର ମଧ୍ୟ କଲେଜ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟ କେବେବି ସ୍ୱୀକାରଯୋଗ୍ୟ ନୁହେଁ ବୋଲି କହିଥିବା ବେଳେ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  

   Related Posts