ସ୍କୁଲରେ ଅବ୍ୟବସ୍ଥା ପ୍ରତିବାଦ ; ଜିଲ୍ଲାପାଳଙ୍କୁ ଦାବି ଜଣାଇବାକୁ ୧୧ କିଲୋମିଟର ଚାଲିଲେ ଛାତ୍ର

Published By : Prameya-News7 Bureau | February 28, 2019 IST

ଶ୍ୟାମାଖୁଣ୍ଟା ୨୮|୨: ଦାବି ଜଣାଇବାକୁ ୧୧ କିଲୋମିଟର ଚାଲିଲେ ଛାତ୍ର । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ୧୧କିଲୋମିଟର ରାସ୍ତା ଚାଲି ଚାଲି ଗଲେ ଛାତ୍ର । ମୟୁରଭଞ୍ଜ ଶ୍ୟାମାଖୁଣ୍ଟା ବ୍ଲକ୍ କେନ୍ଦୁଆ ନୋଡାଲ ପ୍ରାଇମେରୀ ସ୍କୁଲରେ ଏହି ଘଟଣା ଘଟିଛି । ୧୭ ଜଣ ଛାତ୍ର ୧୧ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଛନ୍ତି । ସ୍କୁଲର ବିଭିନ୍ନ ସମସ୍ୟା ଓ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ସେମାନେ ଆସିଥିବା କହିଛନ୍ତି । ଅଭିଯୋଗ ନେଇ ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ଆସିଥିବା ସେମାନେ କହିଛନ୍ତି ।

{"id":89377}

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ କେନ୍ଦୁଆ ନୋଡାଲ ହାଇସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ସ୍କୁଲର ହଷ୍ଟେଲରେ ରୁହନ୍ତି ୪୦ ଆଦିବାସୀ ଛାତ୍ର। ସେମାନଙ୍କ ମଧ୍ୟରୁ ୧୭ଜଣ ଛାତ୍ର ଆଜି ସ୍କୁଲରୁ ବାହାରି ୧୧ କିମି ଦୂର ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ସହିତ ଅତି ଅଳ୍ପ ମାତ୍ରାରେ ଖାଦ୍ୟ ପ୍ରଦାନ କରାଯାଉଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି  । କେବଳ ସେତିକି ନୁହେଁ, ଏ ବାବଦରେ ପ୍ରତିବାଦ କଲେ ବିଭିନ୍ନ ସମୟରେ ସେମାନଙ୍କୁ ହଷ୍ଟେଲ ଦାୟିତ୍ବରେ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାଡ ମଧ୍ୟ ମାରିଥାନ୍ତି ବୋଲି ଅଭିଯୋଗ କରିଛନ୍ତି ।

{"id":89378}

ଏ ନେଇ ଛାତ୍ରଛାତ୍ରୀମାନେ ପଞ୍ଚାୟତ ସମିତି ସଦସ୍ୟାଙ୍କୁ ପୂର୍ବରୁ ଜଣାଇଥିଲେ । ମାତ୍ର ତାଙ୍କ ଅଭିଯୋଗ କେହି ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ଆଜି ଭୋରରୁ ସ୍କୁଲରୁ ବାହାରି ଚାଲି ଚାଲି ପିଲାମାନଙ୍କୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବାକୁ ଆସିଥିଲେ ସମିତି ସଦସ୍ୟା ।

{"id":89379}

ତେବେ ପିଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତରୁଲତା ହରିଭକ୍ତ ବହେରା ପହଞ୍ଚିଥିଲେ । ଘଟଣାକୁ ବୁଝିବା ବଦଳରେ ଓଲଟା ପିଲାମାନଙ୍କୁ ନେଇ ଆସିଥିବା ସମିତି ସଦସ୍ୟାଙ୍କ ସହ ବଚସା କରିଥିଲେ। ଏଥି ସହିତ ସମ୍ପୂର୍ଣ୍ଣ ଘଟଣା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଅଭିଯୋଗ ମଧ୍ୟ କରିଥିଲେ ।

{"id":89381}

ଅଭିଯୋଗ ଶୁଣିବା ପରେ ଜିଲ୍ଲାମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ବେହେରା ପ୍ରାୟ ୧ ଘଣ୍ଟା ବିଳମ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପିଲାମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଏ ଘଟଣା ବାବଦରେ ତାଙ୍କୁ ପଚାରିବାରୁ ସେ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନଥିଲେ ।

{"id":89382}

ପିଲାମାନେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅତିରିକ୍ତ ଜିଲ୍ଲାପାଳ ସେଠାରେ ପହଞ୍ଚି ପିଲାମାନଙ୍କ ସହ ଆଲୋଚନା କରିଥିଲେ ତଦନ୍ତ ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପିଲାମାନେ ବିଦ୍ୟାଳୟକୁ ଫେରି ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.