Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଛାତ୍ରୀ ଓ ଛାତ୍ର ମଶି କଲେଜ ଗେଟ୍‌ରେ ପକାଇଲେ ତାଲା – ଅଧ୍ୟାପକଙ୍କ ବଦଳିକୁ ନେଇ ଛାତ୍ର ଅଶାନ୍ତି

19/10/2019 at 6:06 PM

ସମ୍ବଲପୁର ୧୯।୧୦- ୮ଜଣ ଅଧ୍ୟାପକଙ୍କ ବଦଳିକୁ ନେଇ, ସମ୍ବଲପୁର ଗଙ୍ଗାଧର ମେହେରେ ଯୁକ୍ତଦୁଇ କଲେଜରେ ଚାଲିଥିବା ଛାତ୍ର ଅଶାନ୍ତି ଆଜି ତୃତିୟ ଦିନରେ ପହଞ୍ଚିଛି। ଆଜି ମଧ୍ୟ ଛାତ୍ରଛାତ୍ରୀ ମାନେ, ମୁଖ୍ୟ ଫାଟକରେ ତାଲାପକାଇ ଧାରଣାରେ ବସିବା ସହ, ଶହଶହ ଛାତ୍ରଛାତ୍ରୀ ଫାଟକ-ଅଇଁଠାପାଲ୍ଲୀ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଦୀର୍ଘ ୪ଘଣ୍ଟାର ଆଲୋଚନା ପରେ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ଛାତ୍ରଛାତ୍ରୀଙ୍କ ଦାବି ଥିଲା ଯେ, ୮ଜଣ ଅଧ୍ୟାପକଙ୍କ ମଧ୍ୟରୁ ୪ଜଣଙ୍କୁ ରିଲିଭ କରାଯାଇଛି। ବାକି ୪ଜଣ ଅଧ୍ୟାପକଙ୍କ, ନୂତନ ଅଧ୍ୟାପକ ଆସିବା ପର୍ଯ୍ୟନ୍ତ କଲେଜ୍‌ରେ ରଖାଯାଉ ।

ଅଧ୍ୟାପକଙ୍କ ବଦଳିକୁ ନେଇ ଗତ ତିନିଦିନ ହେଲା, ସମ୍ବଲପୁର ଗଙ୍ଗାଧର ମେହେର ଯୁକ୍ତଦୁଇ କଲେଜ୍‌ରେ ଛାତ୍ର ଅଶାନ୍ତି ଲାଗିରହିଛି। ଆଜି ମଧ୍ୟ ସକାଳ ୧୦ଟାରୁ ଛାତ୍ରଛାତ୍ରୀ ମାନେ, କଲେଜ୍‌ର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିବା ସହ, ସହରର ଫାଟକ-ଅଇଁଠାପାଲ୍ଲୀ ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ। ଏହି ସମୟରେ ଛାତ୍ରଛାତ୍ରୀ ଓ ପୋଲିସ୍‌ ସହ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଇଥିଲା। ଛାତ୍ରଛାତ୍ରୀଙ୍କ ଦାବି ହେଲା, ବଦଳି ହୋଇଥିବା ୮ଜଣ ଅଧ୍ୟାପକଙ୍କ ମଧ୍ୟରୁ, ୪ଜଣଙ୍କୁ ରିଲିଭ କରିଦିଆଯାଇଛି। ବାକି ୪ଜଣ ଅଧ୍ୟାପକଙ୍କୁ ନୂତନ ୮ଜଣ ଅଧ୍ୟାପକ ଆସିବା ପର୍ଯ୍ୟନ୍ତ ରିଲିଭ କରାନଯାଉ। ହେଲେ ଛାତ୍ରଛାତ୍ରୀଙ୍କ ସହ ନା କଲେଜର ଅଧ୍ୟକ୍ଷ ନା,ଜିଲ୍ଲାପ୍ରଶାସନ କିଏ ବି ଆଲୋଚନାକୁ ନ ଆସିବାରୁ, ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ମାନେ ରାସ୍ତା ରୋକ କରିଥିଲେ। ପରେ ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିବା ପରେ, ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଦୀର୍ଘ ୪ଘଣ୍ଟା ଆଲୋଚନା କରିଥିଲେ। ହେଲେ ପ୍ରଶାସନ ସମସ୍ୟାର ସମାଧାନ ଲାଗି ୭ଦିନ ସମୟ ମାଗିଥିବା ବେଳେ, ଛାତ୍ରଛାତ୍ରୀ ମାନେ ସେଥିରେ ରାଜି ହୋଇନଥିଲେ ।

ଗତ ତିନିଦିନ ହେଲା ପ୍ରାୟ ୩ହଜାର ଛାତ୍ରଛାତ୍ରୀ ଶ୍ରେଣୀବର୍ଜନ କରି, ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରୁଥିଲେ ମଧ୍ୟ, ସେମାନଙ୍କ ସହ ଜିଲ୍ଲାପ୍ରଶାସନ କିମ୍ବା ଜିଏମ୍‌ କଲେଜର କୌଣସି ଅଧିକାରୀ ଆଲୋଚନା ନକରିବା ଦୁର୍ଭାଗ୍ୟର ବିଷୟ। ରେଙ୍ଗାଲି ବିଧାୟକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ, ଜିଲ୍ଲାପ୍ରଶାସନ ଓ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟସ୍ଥତା କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ କହିବା ହେଲା, ଏହା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ଦାବି ସଂପର୍କରେ ୭ଦିନ ସମୟ ଦେଲେ, ସରକାରଙ୍କ ସହ ଆଲୋଚନା କରିବେ ସମସ୍ୟାର ସମାଧାନ କରିପାରିବେ। ହେଲେ ଛାତ୍ରଛାତ୍ରୀ ନିଜ୍‌ ଜିଦ୍‌ରେ ଅଟଳ ରହିବା ପରେ, ନିଷ୍ପତ୍ତି ହେଲା ଯେ, ଜିଲ୍ଲାପ୍ରସାଶନ ଯେଉଁ ୭ଦିନ ସମୟ ମାଗିଛି, ତାକୁ ନେଇ ସମସ୍ତ ଛାତ୍ରଛାତ୍ରୀ କଲେଜ୍‌ ପରିସରରେ ଆଲୋଚନା କରିବେ। ଯଦି ଆନ୍ଦୋଳନ ଜାରୀ ରଖିବାକୁ ନିଷ୍ପତ୍ତି ନିଆଯାଏ ତେବେ, ସୋମବାର ଠାରୁ ପୁଣି ଆନ୍ଦୋଳନ କରାଯିବବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି। ହେଲେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଦିଆଯିବ। ସରକାର ଯାହା ନିଷ୍ପତ୍ତି ନେବେ ।
ବାଇଟ()

ଯୁକ୍ତଦୁଇ ବାର୍ଷିକ ପରୀକ୍ଷା ଆଉ ମାତ୍ର ୪ମାସ ରହିଥିବା ବେଳେ, ଛାତ୍ରଛାତ୍ରୀ ମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ବଦଳରେ, ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ,ରାସ୍ତା ଉପରେ ବସି ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି। ଏହା ହିଁ ସରକାରୀ କଲେଜର ଅବସ୍ଥା ।

   Related Posts