ସ୍କିଲ୍ ଡେଭେଲପମେଣ୍ଟ ଟ୍ରେନିଂ ନାଁରେ ଛାତ୍ରଛାତ୍ରୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ

Published By : Prameya-News7 Bureau | October 13, 2018 IST

ଭୁବନେଶ୍ବର ୧୩|୧୦: ଏସକର୍ଟ ସ୍କିଲ୍‌ ଡେଭେଲପମେଣ୍ଟ ସଂସ୍ଥା ନାଁରେ ଆସିଛି ସଂଗୀନ ଅଭିଯୋଗ । ସ୍କିଲ୍‌ ଡେଭେଲପମେଣ୍ଟ ଟ୍ରେନିଂ ନାଁରେ ଏହି କମ୍ପାନୀ ଛାତ୍ରଛାତ୍ରୀଙ୍କୁ  ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପିଲାମାନଙ୍କୁ ଅଫର ଲେଟର ସହ ପରିଚୟ ପତ୍ର ଦେଇଥିବା ଏଇ ସଂସ୍ଥା କୋଲକାତାରେ ସେମାନଙ୍କୁ ଟ୍ରେନିଂ ଦେବାକୁ କହି ଏକ ବନ୍ଦ କୋଠରୀରେ ରଖି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ଏହି ଏନଜିଓ ସଂସ୍ଥା ଓରମାସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଟେକ୍‌ନିକାଲ ଟ୍ରେନିଂ ଦେବାକୁ ଅନୁମତି ପାଇଥିଲା ।  ତେବେ ଏ ସକର୍ଟ ସଂସ୍ଥା ଦ୍ବାରା ନିର୍ଯାତନାର ଶିକାର ହେବା ପରେ ପିଲାମାନେ ଓରମାସ୍‌ ସହ ଯୋଗାଯୋଗ କରିଥିଲେ ମଧ୍ୟ ଓରମାସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.