Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଯୁକ୍ତ ଦୁଇକୁ ଅଲଗା କରିବା ପ୍ରତିବାଦ ତେଜିଲା

30/05/2019 at 4:24 PM

ସମ୍ବଲପୁର ୩୦|୫: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପରିସରରୁ, ଯୁକ୍ତଦୁଇ ଜୁନିୟର କଲେଜକୁ ବାହାର କରି, ଅନ୍ୟ ଏକ ସ୍କୁଲ୍‌କୁ ସ୍ଥାନାନ୍ତର କରିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏଥିପାଇଁ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ଦେଖାଦେବା ସହ, ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ଯାଇ, ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି।

ଗତକାଲି ଛାତ୍ରଛାତ୍ରୀଙ୍କ ସହ,ବରିଷ୍ଠ ନାଗରିକଙ୍କ ସମେତ ବହୁ ସଂଗଠନର ସଦସ୍ୟମାନେ ବୈଠକ କରିଥିଲେ। ଜୁନିୟର କଲେଜର ସ୍ଥାନାନ୍ତର ନେଇ, ଛାତ୍ର ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ, ପ୍ରଶାସନର ନୀରବତା ଆନ୍ଦୋଳନକୁ ଅଧିକ ଉଗ୍ରରୁପ ଦେଉଛି। ଏବେ ଏହି ଆନ୍ଦୋଳନରେ ସାଧାରଣ ଲୋକମଧ୍ୟ ସାମିଲ୍‌ ହେବା ଆରମ୍ଭ କରିଛନ୍ତି ।

ଦିନକୁ ଦିନ ଉଗ୍ରରୁପ ନେଉଛି, ଗଙ୍ଗାଧର ମେହେର କଲେଜ୍‌ର ଛାତ୍ର ଆନ୍ଦୋଳନ। ତିନିବର୍ଷ ତଳେ, ଆରମ୍ଭ ହୋଇଥିବା ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟ ପରିସରରୁ, ଯୁକ୍ତଦୁଇ କଲେଜ୍‌କୁ ଭାଗଭାଗ କରି, ବିଭିନ୍ନ ସ୍କୁଲକୁ ସ୍ଥାନାନ୍ତର ଚକ୍ରାନ୍ତକୁ ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ । ଏହାଦ୍ବାରା ସେମାନେ ବହୁ ସମସ୍ୟା ଭୋଗିବା ସହ, ସେମାନଙ୍କ କ୍ୟାରିୟର ପ୍ରଭାବିତ ହେବ ବୋଲି ଅଭିଯୋଗ କରି, ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଆଉ ଏହି ଆନ୍ଦୋଳନକୁ ସମ୍ବଲପୁରର ସମସ୍ତ ସଂଗଠନ ସମର୍ଥନ ମଧ୍ୟ କରୁଛନ୍ତି। ଗଙ୍ଗାଧର ମେହେର କଲେଜକୁ ରାଜ୍ୟ ସରକାର, ତିନିବର୍ଷ ତଳେ ହଠାତ୍‌ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ବୋଲି ଘୋଷଣା କରିଦେଲେ। ସରକାର କେବଳ ବିଶ୍ବବିଦ୍ୟାଳୟ ଲେଖାଥିବା ଫଳକ ପରିବର୍ତ୍ତନ କରିଦେଲେ। ହେଲେ ସେହି ପୁରୁଣା କୋଠା,ସେହି ପୁରୁଣା ଷ୍ଟାଫ୍‌ଙ୍କୁ ନେଇ ଚାଲିଲା ବିଶ୍ବବିଦ୍ୟାଳୟ।

ଏପଟେ ନିଜସ୍ବ ପରିଚାଳନା ବୋର୍ଡ ହେବାପରେ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ନୂତନ ବିଭାଗ ଖୋଲିଦେଲେ। ହେଲେ ସେହି ବିଭାଗ ଗୁଡିକ ପାଇଁ ନା,କୋଠା,ଶ୍ରେଣୀକକ୍ଷ ଅଛି ନା ଉପଯୁକ୍ତ ଅଧ୍ୟାପକ, କର୍ମଚାରୀ। ବାସ୍‌ ସେହି ପୁରୁଣା ଷ୍ଟାଫ୍‌ ଆଉ ପୁରୁଣା କ୍ଲାସ୍‌ରୁମ୍‌ କୁ ନେଇ ଚାଲିଛି ବିଶ୍ବବିଦ୍ୟାଳୟ। ବିଶ୍ବବିଦ୍ୟାଳୟ ପରିସରରେ ବେଆଇନ୍‌ ଭାବରେ, ଏନ୍‌ସିସି ଗ୍ରୁପ କମାଣ୍ଡର ଅଫିସ ସହ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାଳୟ ମଧ୍ୟ ଚାଲିଛି। ସେମାନଙ୍କୁ କିନ୍ତୁ,ବିଶ୍ବବିଦ୍ୟାଳୟ ପରିସରରୁ ଖାଲି କରିବାକୁ କୁହାଯାଉନି, ହେଲେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ କଲେଜ୍‌ କ୍ୟାମ୍ପସ୍‌ ମଧ୍ୟକୁ ପ୍ରବେଶ ମନା କରିବାକୁ ଯୋଜନା ଚାଲିଛି। ଆଉ ଏଭଳି ଏକତରଫା ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ମାନେ ।

ଗଙ୍ଗାଧର ମେହେର ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଧିରେଧିରେ, ଜନଆନ୍ଦୋଳନରେ ପରିଣତ ହେବାକୁ ଯାଉଛି। କାରଣ ଏହି ସରକାରୀ ମହାବିଦ୍ୟାଳୟ,ସ୍ଥାନୀୟ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପ୍ରଥମ ପସନ୍ଦ। ଯଦି ଯୁକ୍ତଦୁଇକୁ ବନ୍ଦ କରିଦିଆଯିବ ତେବେ, ବହୁ ସଂଖ୍ୟାରେ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ହଇରାଣ ହେବେ,କେତେ ଛାତ୍ରଛାତ୍ରୀତ ଅଧାରୁ ପାଠପଢା ଛାଡିବାକୁ ବାଧ୍ୟ ହେବେ ବୋଲି ଅବିଭାବକଙ୍କ ଚିନ୍ତା ବଢିବାରେ ଲାଗିଛି।

ସହରର ବୁଦ୍ଧିଜିବୀ,ବରିଷ୍ଠ ନାଗରିକ, ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ଏକବୈଠକ  ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ହୋଇଥିଲା। ଯେଉଁଥିରେ ସର୍ବସମ୍ମତି ସହ, ଯୁକ୍ତଦୁଇ କଳା,ବାଣିଜ୍ୟ ଓ ବିଜ୍ଞାନଶ୍ରେଣୀକୁ ନୂତନ କୋଠା କିମ୍ବା କୌଣସି ସ୍ଥାୟୀ ବ୍ୟବସ୍ଥା ଗ୍ରହଣ ନକରାଯିବା ପର୍ଯ୍ୟନ୍ତ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପରିସରରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ସରକାର ଏହାକୁ ନମାନନ୍ତି, ତେବେ ସମ୍ବଲପୁର ସାରା ଏହାକୁ ଦୃଢ ବିରୋଧ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି। ହେଲେ ଜିଲ୍ଲାପ୍ରଶାସନ କହୁଛି, ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ସେମାନେ କେବଳ ନିର୍ଦ୍ଦେଶ ପାଳନ କରିବାକୁ ଏଠାରେ ବସିଛନ୍ତି ।

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ରାଜ୍ୟର ଅନ୍ୟ ଅଗ୍ରଣୀ ବିଶ୍ବବିଦ୍ୟାଳୟର ସମକକ୍ଷ। ହେଲେ ଏହାର ମୂଳଦୁଆ ହେଉଛି ଯକ୍ତଦୁଇ ଶ୍ରେଣୀ। ତେଣୁ କୌଣସି ସ୍ଥାୟୀ ବ୍ୟବସ୍ଥା ନକରି,ପ୍ରାୟ ୩ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଓ ତରବରିଆ ଭାବରେ ଯୁକ୍ତ ଦୁଇଶ୍ରେଣୀ ଗୁଡିକୁ ବିଭକ୍ତ କରିବା ଓ ସ୍ଥାନାନ୍ତର ନିଶ୍ଚିତ ରୁପେ ଆନ୍ଦୋଳନକୁ ଭିନ୍ନ ରୁପ ଦେଇପାରେ ।

   Related Posts