ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି, ଅନଲାଇନ୍‌ରେ ପରୀକ୍ଷା କରିବା ଦାବିରେ ତାତିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | April 14, 2021 IST

ବଲାଙ୍ଗିର ୧୪।୪: ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଅନଲାଇନରେ ପରୀକ୍ଷା ଦାବି କରି ଛାତ୍ର ଆଶାନ୍ତି ପୁଣି ଜୋର ଧରିଛି । ଯେହେତୁ ପୂର୍ବରୁ ସେମାନେ ଅନଲାଇନରେ ପାଠ ପଢ଼ିଛନ୍ତି, ତେଣୁ ଅନଲାଇନରେ ହିଁ ପରୀକ୍ଷା ଦେବେ ବୋଲି ଜିଦ ଧରିଛନ୍ତି । ଛାତ୍ରଛାତ୍ରୀ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତା ୧୯ତାରିଖରେ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ସମୁଖ ରେ ଧାରଣା ଦେଇଛନ୍ତି । ଏସମ୍ପର୍କରେ ରେଜିଷ୍ଟ୍ରାର ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ପଚାରିବାରୁ ଆନ୍ଦୋଳନକୁ ସ୍ବୀକାର କରିଥିଲେ । ଏନେଇ ଉଚ୍ଚସ୍ତରୀୟ ଆଧିକାରୀଙ୍କୁ ଜଣାଇ ଦିଆଯାଇଛି ଏବଂ ପରୀକ୍ଷା ଘୁଞ୍ଚାଇବାକୁ  ଆଲୋଚନା ଚାଲିଛି ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.