Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କେରଳକୁ ପୁଣି ନିପା ଭାଇରସ ଫରିଥିବା ସନ୍ଦେହ, ତଥ୍ୟ ପୁଷ୍ଟି ପାଇଁ ପୁଣେ ଏନଆଇଭିଙ୍କ ରିପୋର୍ଟକୁ ଅପେକ୍ଷା

3/06/2019 at 7:29 PM

କୋଚ୍ଚି ୩।୬:  କେରଳକୁ ପୁଣିଥରେ ଫେରିଛି ନିପା ଭୂତାଣୁ। ଏର୍ଣ୍ଣାକୁଲମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ୨୩ ବର୍ଷିୟ ଯୁବକ ଏହି ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ପୁଣେସ୍ଥିତ ନ୍ୟାସନାସ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜି ଏନଆଇଭିଙ୍କୁ ନମୁନା ପଠାଯାଇଛି। ରିପୋର୍ଟ ମିଳିବା ପରେ ନିପା ଭୂତାଣୁ ସଂକ୍ରମଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଗତବର୍ଷ ରାଜ୍ୟରେ ଏହି ଭୂତାଣୁ ସଂକ୍ରମଣ ଯୋଗୁ ସରକାରୀ ସୂଚନା ଅନୁସାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏପରିକି ରୋଗୀଙ୍କ ଚିକିତ୍ସା ଡ୍ୟୁଟିରେ ଥିବା ଜଣେ ସ୍ବାସ୍ଥ୍ୟକର୍ମୀ ମଧ୍ୟ ଭୂତାଣୁ ସଂକ୍ରମଣ ଯୋଗୁ ପ୍ରାଣହରାଇଥିଲେ।  

ତେବେ ନିପା ସଂକ୍ରମଣ ଆଶଙ୍କା କରାଯିବା ପ୍ରଘଟ ହେବା ପରେ ରାଜ୍ୟରେ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା ସଂକ୍ରମଣର ମୁକାବିଲା ଲାଗି କଲାମସେରୀ ମେଡିକାଲ କଲେଜରେ ଆଇସୋଲେଟେଡ ଓ୍ବାର୍ଡ ସ୍ଥାପନା କରାଯାଇଥିବା କହିଛନ୍ତି। ସେପଟେ ଏର୍ଣ୍ଣାକୁଲମ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟ ସଚିବ ପରିସ୍ଥିତି ସମୀକ୍ଷା କରିଥିବା ମଧ୍ୟ ଜଣାପଡିଛି। ବେୈଠକରେ ବିଶେଷଜ୍ଞଙ୍କ ଏକ ଟିମକୁ କୋଝିକୋଡେ ପଠାଇବାକୁ ନିଷ୍ପତ୍ତି ହୋଇଥିବା ସ୍ବାସ୍ଥ୍ୟ ସଚିବ ରାଜନ ଖୋବରାଗଡେ କହିଛନ୍ତି। ସେହିପରି ନିପାହ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପାଇଁ ମଧ୍ୟ ଏକ ଟିମ ଗଠନ କରାଯିବ ବୋଲି କହିଛନ୍ତି ସଚିବ।

ସେପଟେ ନିପା ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଯଦି ଜ୍ବର, ମୁଣ୍ଡବିନ୍ଧା ସହ ମାଂସପେଶୀ ଟାଣି ହୁଏ ଓ ବାନ୍ତି ଲାଗିବା ସହ ତଣ୍ଟି ଦରଜ ଭଳି ଇନଫ୍ଲୁଏଞ୍ଜା ଲକ୍ଷଣ ପ୍ରକାସ ପାଏ ତେବେ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଗତବର୍ଷ ମେ ମାସରେ ନିପା ଭୂତାଣୁ ସଂକ୍ରମଣ ଯୋଗୁ କେରଳରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରେର୍ଡରୁ ଜଣାପଡିଛି ।

   Related Posts