ସୋସିଆଲ ମିଡ଼ିଆରେ ନିଜର ସୁସାଇଡ଼ ନୋଟ ଅପଲୋଡ଼୍ କରି ଟ୍ରେନ ଆଗକୁ ଡ଼େଇଁ ଛାତ୍ରକଲେ ଆତ୍ମହତ୍ୟା

Published By : Prameya-News7 Bureau | February 13, 2019 IST

ରାଜସ୍ଥାନ ୧୩/୨- ରାଜସ୍ଥାନ ନାଗୌର ଜିଲ୍ଲାର ଘଟିଛି ଅଭାବନୀୟ ଘଟଣା । ଜଣେ ଛାତ୍ର ମାନସିକ ଭାରସମ୍ୟ ହରାଇ ଟ୍ରେନ ଆଗକୁ ଡ଼େଇଁ କରିଛି ଆତ୍ମହତ୍ୟା ।

ଏଭଳି ଘଟଣା ଘଟିଛି ନନିହାଲ ଅଂଚଳରେ । ସୁରେନ୍ଦ୍ର ସାଙ୍ଗଓ୍ଵା ନାମକ ଜଣେ ଛାତ୍ର ନେଇଛି ଏହିଭଳି ପଦକ୍ଷେପ ।

{"id":84890,"width":585,"height":390}

ଛାତ୍ରଜଣକ କିଛିଦିନ ହେବ ମାନସିକ ଚାପରେ ରହୁଥିବା କଥା କହିଛନ୍ତି ପରିବାର ଲୋକ । ଛାତ୍ର ନିଜର ଉଚ୍ଚଆକାଙା ପାଇଁ ଏଭଳି କରିଥିବାର ଜଣାଯାଇଛି । ନିଜକୁ ଜଣେ ବଡ଼ ତଥା ସଫଳ ମଣିଷଭାବେ ଦେଖିବାକୁ ଚାହୁଁଥିଲା । କିନ୍ତୁ କିଛି ସାଙ୍ଗମାନଙ୍କ ସହ ନିଜର କ୍ୟାରିୟର ବରବାଦ କରିଥିବାରୁ ଏଭଳି ପଦକ୍ଷେପ ନେଇଥିବା କଥା ନିଜ ସୁସାଇଡ଼ ନୋଟରେ ଲେଖିଛି ଛାତ୍ର ।

ସେ ମରିବା ମାତ୍ର ଅଳ୍ପ ସେକେଣ୍ଡ ପୂର୍ବରୁ ସୁସାଇଡ଼ ନୋଟ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲା । ଏହି ନୋଟ ଦେଖି କେହି କେହି ଫୋନ ବି କରିଥିଲେ । କିନ୍ତୁ ସେ କାହାରି ଫୋନ ଉଠାଇ ନଥିଲେ । କେହି ବି ମେସେଜରେ ଆତ୍ମହତ୍ୟା କରିବାକୁ ଅନୁରୋଧ କରିଥିଲେ । କିନ୍ତୁ କାହାକଥା ନଶୁଣି ଶେଷରେ ସେ ମାଲବାହୀ ଟ୍ରେନ ଆଗକୁ ଡ଼େଇଁ କରିଥିଲା ଆତ୍ମହତ୍ୟା ।

ଏହି ଘଟଣା ପରେ ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଚେଦ ପାଇଁ ପଠାଇଦେଇଥିଲା । ଏବାବଦରେ ପରିବାର ତରଫରୁ କିଛି ମାମଲା ଥାନାରେ ରୁଜୁ କରାଯାଇନାହିଁ ।

ସେ କିଛି ଖରାପ ସାଙ୍ଗଙ୍କ ଦ୍ଵାରା ନିଜକୁ ନଷ୍ଟ କରିଦେଇଥିବା କଥା ଏହି ସୁସାଇଡ଼ ନୋଟରେ ଲେଖିଥିଲା । ଅତି ନିକଟତରଭାବେ ମିଶୁଥିବା ସାଙ୍ଗ ହିଁ ତାକୁ ଖରାପ ବାଟକୁ ନେଇଯାଇଥିବା କଥା ଏହି ନୋଟରେ ଛାତ୍ର ଲେଖିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.