ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍‌ରେ ଛାତ୍ର ଅଶାନ୍ତି, ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | January 25, 2022 IST

ଚଣ୍ଡିଖୋଲ ୨୫।୧: ଉତ୍କଳ ବିଶ୍ବବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ବିଏସସି ନର୍ସିଂ ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବି ନେଇ କଲେଜରେ ତାଲା ପକାଇଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ଟ୍ରଷ୍ଟକୁ କଲେଜ ପରିଚାଳନା ପାଇଁ ଦିଆଯାଇଥିବା ବେଳେ ଟ୍ରଷ୍ଟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ କ୍ଲିନିକାଲ ନିଆ ଯାଉନଥିବା ବେଳେ କ୍ୟାମ୍ପସରେ ବିଭିନ୍ନ ସମସ୍ୟା ଲାଗିରହିଛି ।

{"id":579089,"width":755,"height":415,"sizeSlug":"full","linkDestination":"none"}

ଏ ନେଇ ବାରମ୍ବାର ଛାତ୍ରଛାତ୍ରୀମାନେ ଉତ୍କଳ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ଛାତ୍ରଛାତ୍ରୀମାନେ ମୁଖ୍ୟ ଗେଟ୍ ସମ୍ମୁଖରେ ତାଲା ପକାଇବା ସହ ନାରାବାଜି କରିଛନ୍ତି । ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କ ସମସ୍ୟା ଦିଗରେ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ ରାଜା ରାସ୍ତାରେ ପହଞ୍ଚିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି । କ୍ୟାମ୍ପସରେ ତାଲା ପଡିବା ଫଳରେ ଆଡ଼ମିଶନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ଏନେଇ ଛାତ୍ରଛାତ୍ରୀଙ୍କ ସମସ୍ୟା ଦିଗରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.