ଅଫଲାଇନ୍ ନୁହେଁ, ଅନଲାଇନରେ ହେଉ ପରୀକ୍ଷା ; ଏପରି ଦାବି ନେଇ ଧାରଣା ଦେଉଛନ୍ତି ଛାତ୍ରଛାତ୍ରୀ

Published By : Prameya-News7 Bureau | April 15, 2021 IST

ଭୁବନେଶ୍ୱର/କଟକ ୧୫।୦୪ : ଅଫଲାଇନ୍ ନୁହେଁ, ଅନଲାଇନରେ ପରୀକ୍ଷା କରିବାକୁ ଦାବି । ଏପରି କିଛି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଓ ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାୟରେ ସ୍ଥିତି ଚିନ୍ତାଜନକ ହୋଇଛି । ଯାହାକୁ ଦେଖି ଉଭୟ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ବ୍ୟସ୍ତ ହୋଇପଡିଛନ୍ତି ।

{"id":438697,"sizeSlug":"large","linkDestination":"none"}

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅନଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ ଅଶାନ୍ତି ଦେଖିବାକୁ ମିଳିଛି। ଭୁବନେଶ୍ବରର ମହର୍ଷି କଲେଜ, ଓୟୁଏଟି, ବିଜେପି କଲେଜରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି । ଗୁରୁବାର ଦିନ ଓୟୁଏଟି ଭିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । କରୋନା ସଂକ୍ରମଣ ବଢୁଥିବା ବେଳେ ଓୟୁଏଟି କ୍ୟାମ୍ପସରୁ କିଛି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଅନଲାଇନରେ ନଚେତ୍ ପରୀକ୍ଷା ବନ୍ଦ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ସେହିପରି ମହର୍ଷି କଲେଜରେ ମଧ୍ୟ ଛାତ୍ରଛାତ୍ରୀ ଆନ୍ଦୋଳକୁ ଓହ୍ଲାଇଛନ୍ତି ।

{"id":438698,"sizeSlug":"large","linkDestination":"none"}

ସେପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଅଫଲାଇନ୍‌ ବଦଳରେ ଅନ୍‌ଲାଇନ୍‌ରେ ପରିକ୍ଷା କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଯଦି ଆମେ ଅନ୍‌ଲାଇନ୍‌ରେ ପାଠ ପଢୁଛି, ତେବେ ଅନ୍‌ଲାଇନ୍‌ରେ ହିଁ ପରୀକ୍ଷା ଦେବାକୁ ଜିଦ୍‌ ଧରିଛନ୍ତି ଛାତ୍ରଛାତ୍ରୀ । ସେହିପରି ଅଭିଭାବକମାନେ ମଧ୍ୟ ଅନ୍‌ଲାଇନ୍‌ରେ ପରୀକ୍ଷା କରିବା ସପକ୍ଷରେ ମତ ଦେଇଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.