ଅନ୍ଲାଇନ୍ରେ ପଢିଛୁ, ଅନ୍ଲାଇନ୍ରେ ପରୀକ୍ଷା ଦେବୁ, ଏପରି ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଛାତ୍ର
8/04/2021 at 1:02 PM

ବଲାଙ୍ଗୀର ୦୮।୦୪: ବଲାଙ୍ଗୀର ରାଦେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ଅନ୍ଲାଇନ୍ରେ ପରୀକ୍ଷା କରିବାକୁ ଦାବି ନେଇ ବିକ୍ଷୋଭ ଜାରି ରହିଛି । ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି ।

ଖବର ଅନୁଯାୟୀ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ର ତୃତୀୟ ସେମିଷ୍ଟାର ଛାତ୍ରମାନେ ଅନ୍ଲାଇନ୍ରେ ପରୀକ୍ଷା କରିବାକୁ ଦାବି ରଖିଛନ୍ତି । ସେମାନଙ୍କ ଦାବି ହେଉଛି ଯେ, ଅନଲାଇନ୍ ପାଠ ପଢିଛନ୍ତି, ତେଣୁ ଅନ୍ଲାଉନ୍ରେ ହିଁ ପରୀକ୍ଷା ଦେବେ ବୋଲି ଜିଦ୍ରେ ଧାରଣା ଦେଇଛନ୍ତି ।
ଏହାବାଦ୍ ୨ୟ ସେମିଷ୍ଟାର ଛାତ୍ରଙ୍କୁ କୌଣସି ବୈଷୟିକ ତ୍ରୁଟି ପାଇଁ ବ୍ୟାକ୍ ଲାଗିଥିବା ଅଭିଯୋଗ କରିଛନ୍ତି । ଗୋଟିଏ ସେମିଷ୍ଟାରର ପ୍ରାୟ ୧୫୦ ଛାତ୍ରଛାତ୍ରୀଙ୍କ ବ୍ୟାକ ଲାଗିଥିବା ଅଭିଯୋଗ କରିଛନ୍ତି । ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦୋଳନ ଜାରି ରଖିଛନ୍ତି ।
ସେପଟେ ଏ ସମ୍ପର୍କରେ ରେଜିଷ୍ଟ୍ରାର ଦୁର୍ଗାପ୍ରସାଦ ମହାପାତ୍ର ଆନ୍ଦୋଳନକୁ ସ୍ବୀକାର କରିଛନ୍ତି । ଏନେଇ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ରେଜିଷ୍ଟ୍ରାର କହିଛନ୍ତି ।