କଲେଜ ଫି’ ବୃଦ୍ଧି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା
25/11/2020 at 5:21 PM

ଚଣ୍ଡିଖୋଲ ୨୫।୧୧: ଯାଜପୁର ଜିଲ୍ଲା ସାହସପୁର କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଧାରଣା । ଯୁକ୍ତ ୩ ଦ୍ଵିତୀୟ ବର୍ଷ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କଲେଜ ରିଆଡମିଶନ ଫି ବୃଦ୍ଧି କରାଯାଇ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅନ୍ୟ କଲେଜ ଅପେକ୍ଷା ସାହସପୁର ମହାବିଦ୍ୟାଳୟରେ କଲେଜ ଫି ଅଧିକ ବୃଦ୍ଧି କରାଯାଇଥିବାରୁ କରୋନା ମହାମାରୀ ସମୟରେ ଫି ଦେବାକୁ ଅବିଭାବକମାନଙ୍କ ପକ୍ଷରେ କଷ୍ଟ ସାଧ୍ୟ ହୋଇଛି । ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ କଲେଜ ପରିସରରେ ଧାରଣା ଦେଇଛନ୍ତି । ଏ ନେଇ କଲେଜ ଅଧକ୍ଷ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021