ରି-ଆଡମିସନ ଫି’ କମାଇବା ଦାବି, କଲେଜ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | November 02, 2020 IST

ଭଦ୍ରକ ୨।୧୧: କାରୋନା ସମୟରେ ଆମେ ସମସ୍ତେ ଦୁର୍ଦ୍ଦିନରେ । ଘର ଲୋକେ ମଧ୍ୟ ଏବେ ଆର୍ଥିକ ସ୍ତରରେ ସୁଦୃଢ ନୁହନ୍ତି । କାରୋନା ମହାମାରୀ ପରଠାରୁ କଲେଜରେ କ୍ଲାସ ହୋଇନି । କିନ୍ତୁ ଏବେ ରି-ଆଡମିସନ ଫିସ୍ ୧୭ ହଜାରରୁ ଅଧିକ ଏମିତି ଅସମୟରେ ଆମେ ଦେବାକୁ ଅକ୍ଷମ । କର୍ତ୍ତୃପକ୍ଷ ବିଚାର କରନ୍ତୁ । ଫିସ୍ କାଟନ୍ତୁ । ଏମିତି ଦାବି ନେଇ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସହ କଲେଜର ମେନ୍ ଗେଟରେ ତାଲା ପକାଇଛନ୍ତି ।

{"id":354803,"sizeSlug":"large"}

ଆନ୍ଦୋଳନ କରିଥିବା ଛାତ୍ରଛାତ୍ରୀମାନେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ବିସିଏ ବିଭାଗର ତୃତୀୟ ବର୍ଷର । ଗତବର୍ଷ ରି-ଆଡମିସନ ବାବଦକୁ ଫିସ୍  ୧୬ ହଜାର ୬ଶହ ଟଙ୍କା ଥିବାବେଳେ ଏବେ ୧୭ ହଜାର ଟଙ୍କାରୁ ଅଧିକ ଥିବା ନୋଟିସ ଲାଗିଥିବା କହିଛନ୍ତି । ତେବେ ଏଥର କାରୋନା ପାଇଁ କ୍ଲାସ ବନ୍ଦ ରହିବା ସହ ଅନଲାଇନ କ୍ଲାସ ହୋଇଥିଲା । ତେବେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଦାବି ଉପରେ ବିଚାର କରିବା ସହ ଫିସ୍ କମ୍ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.