ମହିଳା ସହକର୍ମୀଙ୍କୁ ଅସଦାଚରଣ ମାମଲାରେ କିଏ ସତ କହୁଛି ? ପ୍ରିନ୍ସିପାଲଙ୍କ ସମର୍ଥନରେ ବାହାରିଲେ ଶତାଧିକ ଛାତ୍ରୀ, 'କହିଲେ ଆମ ସାର ଏମିତି ନୁହନ୍ତି'

Published By : Prameya-News7 Bureau | November 07, 2020 IST

ଜୟପୁର ୦୭/୧୧ : କୋରାପୁଟ ସୁନାବେଡା ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅସଦାଚରଣ ମାମଲାରେ ନୂଆ ମୋଡ । ଅଧ୍ୟକ୍ଷଙ୍କ ସମର୍ଥନରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି ଶତାଧିକ ଛାତ୍ରୀ।  ଏମାନଙ୍କ ସହ ସାମିଲ ହୋଇଛନ୍ତି ସୁନାବେଡାର ଅନେକ ସ୍ବେଚ୍ଛାସେବୀ ଓ ପୂର୍ବତନ ଛାତ୍ରୀ। ଏମାନେ ସମସ୍ତେ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ନିରପେକ୍ଷ ତଦନ୍ତ ଦାବି କରିବା ସହ ପ୍ରକୃତ ଷଡଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

{"id":357864,"sizeSlug":"large"}

ମହିଳା ସହକର୍ମୀଙ୍କୁ ଅସଦାଚରଣ ମାମଲାରେ କିଏ କହୁଛି ସତ ? ପୀଡ଼ିତା ନା ଅଧ୍ୟକ୍ଷଙ୍କ ସମର୍ଥନରେ ବାହାରି ଥିବା କଲେଜର ଶତାଧିକ ଛାତ୍ରୀ ଓ କର୍ମଚାରୀ।  ମହିଳା ସହକର୍ମୀଙ୍କୁ ଅସଦାଚରଣ ମାମଲାରେ ଗତ ୩ ତାରିଖରୁ ଗିରଫ ହୋଇ ଜେଲରେ ଅଛନ୍ତି କୋରାପୁଟ ଜିଲ୍ଲା ସୁନାବେଡା ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପବିତ୍ର ବେଦାନ୍ତ। ତେବେ ଅଧ୍ୟକ୍ଷଙ୍କ ଗିରଫଦାରୀକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ କଲେଜ ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ଅଧ୍ୟକ୍ଷଙ୍କ ସମର୍ଥନରେ ଶତାଧିକ ଛାତ୍ରୀ କ୍ୟାମ୍ପେନ ଆରମ୍ଭ କରିଛନ୍ତି।  ଆଉ ଏମାନଙ୍କୁ ସମର୍ଥନ କରୁଛନ୍ତି କଲେଜର ଅନେକ ପୂର୍ବତନ ଛାତ୍ରୀ। ସମସ୍ତେ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ଦାବିପତ୍ର ଦେଇଛନ୍ତି । କଲେଜରୁ ତଡା ଖାଇଥିବା ଜଣେ ପୂର୍ବତନ କର୍ମଚାରୀ ଷଡଯନ୍ତ୍ର କରି ଅଧ୍ୟକ୍ଷଙ୍କୁ ଜାଣିଶୁଣି ଫସାଇଥିବା ଏମାନେ ଅଭିଯୋଗ କରିଛନ୍ତି।

{"id":357865,"sizeSlug":"large"}

ଅଭିଯୋଗକାରିଣୀ ବଦଳରେ ଗିରଫ ଅଧ୍ୟକ୍ଷଙ୍କ ସପକ୍ଷରେ ଏତେ ସଂଖ୍ୟକ ଛାତ୍ରୀ ଓ ପୂର୍ବତନ ଛାତ୍ରୀ  ଓ ମହିଳା ସ୍ବେଚ୍ଛାସେବୀ ରାସ୍ତାକୁ ଓହ୍ଲାଇବା କଥା ଘଟଣାକୁ ନୂଆ ମୋଡ ଦେଇଛି । କଲେଜ ଅଧ୍ୟକ୍ଷ ଡକ୍ଟର ପବିତ୍ର ବେଦାନ୍ତ ୨୫ବର୍ଷରୁ ଅଧିକ ସମୟ ହେବ ଅଧ୍ୟାପକ ଭାବରେ ଏଠାରେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ନାଁରେ ପୂର୍ବରୁ କେବେ ଏମିତି ଅଭିଯୋଗ ଆସିନଥିବା ଦାବି ଛାତ୍ରୀ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ କହୁଛନ୍ତି। ତେବେ ଅଭିଯୋଗ ଆଣିଥିବା ମହିଳା କହିଛନ୍ତି ଦୁଇ ବର୍ଷ ହେବ ଅଧ୍ୟକ୍ଷ ତାଙ୍କ ପ୍ରତି ଅସଦାଚରଣ କରି ଆସୁଥିଲେ । ନିଜ ଅଭିଯୋଗରେ ଅଟଳ ଅଛନ୍ତି ଅଭିଯୋଗକାରିଣୀ।

{"id":357866,"sizeSlug":"large"}

ଏହି ଘଟଣାର ନିରପେକ୍ଷ ତଦନ୍ତ ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ଓ ଦୋଷୀକୁ ଦଣ୍ଡ ମିଳିବ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.