ଏଏସ୍ଓ ପରୀକ୍ଷା ଘୁଞ୍ଚାଇବା ଦାବିରେ OPSC ଅଫିସ ସାମ୍ନାରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ, ଗୋଟିଏ ଦିନରେ ଅଛି ତିନିଟି ପରୀକ୍ଷା

Published By : Prameya-News7 Bureau | December 29, 2018 IST

କଟକ ୨୯|୧୨: ଏଏସ୍ଓ ପରୀକ୍ଷା ଘୁଞ୍ଚାଇବା ଦାବିରେ OPSC ଅଫିସ ସାମ୍ନାରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ । ଜାନୁଆରୀ ୨୦ରେ ଏଏସ୍ଓ ପରୀକ୍ଷା ସହ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ ରେଲ୍‌ଓ୍ବେ ପରୀକ୍ଷା ସହ ଆଇବିପିଏସ୍ ବ୍ୟାଙ୍କିଙ୍କ୍‌ ପରୀକ୍ଷା ଅଛି । ଗୋଟିଏ ଦିନରେ ତିନି ତିନିଟା ପରୀକ୍ଷା ଥିବାରୁ ଏଏସ୍ଓ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ । …

{"id":68523}

OPSC ଅଫିସ୍ ଆଗରେ ପରୀକ୍ଷାର୍ଥୀଙ୍କ ପ୍ରତିବାଦ । ପରୀକ୍ଷା ଘୁଞ୍ଚାଇବାକୁ ଏଠି ଏକାଠି ହୋଇଛନ୍ତି ଆଶାୟୀ ପ୍ରାର୍ଥୀ । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏଏସ୍ଓ ପରୀକ୍ଷା ଡିସେମ୍ବର ୨୩ରେ ହେବାର ଥିଲା । କିନ୍ତୁ ତାକୁ ଜାନୁଆରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଯାହାର ପ୍ରତିବାଦରେ ପରୀକ୍ଷାର୍ଥୀମାନେ ବିକ୍ଷୋଭ କରିଛନ୍ତି । କାରଣ ସେହି ଗୋଟିଏ ଦିନରେ  ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ରେଲ୍ଓ୍ବେ ପରୀକ୍ଷା ସହ ଆଇବିପିଏସ୍ ବ୍ୟାଙ୍କିଙ୍କ୍ପରୀକ୍ଷା ଅଛି । ତେଣୁ ଏଏସ୍‌ଓ ପରୀକ୍ଷା ଦେବାରେ ଅସୁବିଧା ହେବ ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି ।

{"id":68524}

ପୂର୍ବରୁ ଓପିଏସ୍‌ସି କର୍ତ୍ତୃପକ୍ଷଙ୍କୁ ପରୀକ୍ଷାର୍ଥୀମାନେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପରୀକ୍ଷା ତାରିଖ ନିର୍ଦ୍ଧାରଣ ନେଇ କୌଣସି ସ୍ପଷ୍ଟୀକରଣ ନମିଳିବାରୁ ଏଏସ୍‌ଓ ପରୀକ୍ଷାର୍ଥୀମାନେ ଏବେ ଚିନ୍ତାରେ । ୨୦୧୨ ପରେ ୨୦୧୮ରେ ଏଏସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ବାହାରିଛି । ଦୀର୍ଘ ଦିନ ପରେ ଏହି ପରୀକ୍ଷା ହେଉଥିବାରୁ ବୟସ ଅତିକ୍ରମ କରିଯାଉଥିବା ପିଲାମାନେ ଏହାକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି । ତେବେ ପୂର୍ବ ନିଷ୍ପତ୍ତି ମୁତାବକ ଡିସେମ୍ବର ୨୩ରେ ପରୀକ୍ଷାର୍ଥୀଙ୍କ ପାଇଁ ସିଟିଂ ଆରେଞ୍ଜମେଣ୍ଟ ହୋଇପାରି ନଥିବାରୁ ଏହାକୁ ଜାନୁୟାରୀ ୨୦ ତାରିଖକୁ ଘୁଞ୍ଚାଯାଇଥିବା ସୂଚନା ମିଳିଛି ।  

{"id":68525}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.