Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

କ୍ଲାସରେ ଗାଳି କରିବାରୁ ରାଗିଗଲା ଛାତ୍ର: ସ୍କୁଲରୁ ବାହାରି ଶିକ୍ଷକଙ୍କୁ କଲା ଗୁଳି

7/03/2021 at 2:39 PM

ଗାଜିଆବାଦ ୦୭/୦୩ : ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଗୁଳି କରିଥିବା ଭଳି ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ତେବେ ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି। ସେ ଆହତ ଅଛନ୍ତି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଘଟଣା ପରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୀଡିତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜ୍ଜୁ କରି ଯାଞ୍ଚ କରୁଛି।

ସୂଚନା ଅନୁଯାୟୀ, ଘଟଣା ଗାଜିଆବାଦ ସ୍ଥିତ ମୁରାଦନଗର। ଶିକ୍ଷକ ଗଲି କରିବାରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ରାଗି ଯାଇଥିଲା। ସେ ନିଜର ୩ ସାଙ୍ଗଙ୍କ ସହ ମିଶି ଶିକ୍ଷକଙ୍କ ଉପରକୁ ଗୁଳି କରିଥିଲା। ସ୍କୁଲ ବାହାରେ ହିଁ ସେ ଶିକ୍ଷକଙ୍କ ଉପରକୁ ଗୁଳି କରିଥିଲା। ତେବେ ଗୁଳି ଶିକ୍ଷକଙ୍କ ଛାତିକୁ ଛୁଇଁ ଚାଲିଗଲା। ସେଥିପାଇଁ ତାଙ୍କର ମୃତ୍ୟୁ ହୋଇନି କିନ୍ତୁ ସେ ଆହତ ହୋଇଛନ୍ତି। ଏହାପରେ ଛାତ୍ର ଖାଲି ଫାଇରିଙ୍ଗ କରି ସେଠାରୁ ପଳାଇଗଲା। ମାମଲା ସିସିଟିଭିରେ କଏଦ ହୋଇଛି। ପୋଲିସ ସିସିଟିଭି ଆଧାରରେ ମାମଲାର ଯାଞ୍ଚ ଆରମ୍ଭ କରିଛି।

ଶିକ୍ଷକ ଜଣକ ହେଲେ ସଚିନ ତ୍ୟାଗୀ। ସେ ସରସ୍ବତୀ ବିହାର କଲୋନୀ ସ୍ଥିତ କୃଷ୍ଣ ବିଦ୍ୟା ନିକେଟର ସ୍କୁଲରେ ବାଣିଜ୍ୟ ଶିକ୍ଷକ ଅଛନ୍ତି। ଶନିବାର ଅପରାହ୍ନ ପାଖାପାଖି ୨ଟା ସମୟରେ ସ୍କୁଲ ଛୁଟି ହେବାପରେ ତ୍ୟାଗୀ ବାଇକରେ ନିଜ ଘରକୁ ଆଯୁଥିଲେ। ସ୍କୁଲରୁ ବାହାରି କିଛି ଦୂର ଯିବାପରେ ଏକ ସ୍କୁଟିରେ ୪ ଯୁବକ ଆସିଲେ ଓ ତ୍ୟାଗୀଙ୍କ ଉପରକୁ ଗୁଳି କରିଥିଲେ। ଗୁଳି ଶବ୍ଦ ଶୁଣି ସେଠାରେ ଥିବା ଲୋକେ ଭୟରେ ଏପଟେ ସେପଟେ ଦୌଡିବାକୁ ଲାଗିଲେ।

ସଚିନ କହିଛନ୍ତି, ଛାତ୍ର ସ୍କୁଲରେ ଅନ୍ୟ ପିଲାଙ୍କ ସହ ଖରାପ ତରିକାରେ କଥାବାର୍ତ୍ତା କରୁଥିଲା। ସେଥିପାଇଁ ସେ ତାକୁ ଗାଳି କରିଥିଲେ। ଶିକ୍ଷକଙ୍କ ଗାଳି ଶୁଣି ସେ ରାଗିଯାଇଥିଲା ଓ ନିଜ ସାଙ୍ଗମାନଙ୍କ ସହ ମିଶି ଶିକ୍ଷକଙ୍କୁପାନେ ଦେବାକୁ ତାଙ୍କ ଉପରକୁ ଗୁଳି କରିଥିଲା। ସେ କ୍ଲାସରେ ହିଁ ଶିକ୍ଷକଙ୍କୁ ଧମକ ଦେଇଥିଲା ଯେ ସ୍କୁଲ ବାହାରିବା କ୍ଷଣି ତାଙ୍କ କଥା ବୁଝିବ।

ପୋଲିସ ଅନୁଯାୟୀ ୩ ଅଭିଯୁକ୍ତ ଗୋଟିଏ ଗାଁର। ସେମାନଙ୍କ ପରିବାର ସଦସ୍ୟଙ୍କୁ ହାଜତରେ ରଖି ପୋଲିସ ପଚରାଉଚୁରା କରୁଛି। ଶିକ୍ଷକଙ୍କ ଅଭିଯୋଗ କ୍ରମେ ଛାତ୍ର ଓ ତା ସହଯୋଗୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରାଯାଇଛି।

   Related Posts