ଶିକ୍ଷାର ମନ୍ଦିରରେ ପାପ : ନା ମାନେ ନା

Published By : Prameya-News7 Bureau | July 18, 2018 IST

ଶିକ୍ଷା ମନ୍ଦିରରେ ପୁଣି ଗୁରୁ ଶିଷ୍ୟା ସଂପର୍କରେ କଳଙ୍କ । ଭବାନୀପାଟଣା ଶିଳ୍ପ ତାଲିମ କେନ୍ଦ୍ରର ପ୍ରଶିକ୍ଷଣ ଶିକ୍ଷକ ତାଙ୍କ ଆଧିନ ରେ ଟ୍ରେନିଗଂ ନେଉଥିବା ଛାତ୍ରୀକୁ ଅନୌତିକ ସଂପର୍କ ରଖିବାକୁ ଚାପ ପ୍ରୟୋଗ କରୁଥିବା ତଥା ହଷ୍ଟେଲରେ ଅସଦାଚରଣ କରିଥିବା ଭଳି ସଂଗୀନ ଆଭିଯୋଗ କରିଛନ୍ତି । ଲିଖିତ ଆଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା । ଭବାନୀପାଟଣା ଶିଳ୍ପ ତାଲିମ କେନ୍ଦ୍ରର ଆସିଷ୍ଟାଣ୍ଟ ଟ୍ରେନିଗଂ ଆଫିସର ମାନଗୋବିନ୍ଦ ବାଗ ବିରୋଧ ରେ ତାଙ୍କ ଆଧିନ ରେ ପାଠ ପଢୁଥିବା ସିଭିଲ ଟ୍ରେଡ ର ପ୍ରଥମ ବର୍ଷ ଛାତ୍ରୀ ଯୌନ ଶୋଷଣ ଭଳି ସଂଗୀନ ଆଭିଯୋଗ ଆଣିଛନ୍ତି । ବିଭିନ୍ନ ସମୟ ରେ ଫୋନ ରେ ଶାରୀରିକ ସଂପର୍କ ରଖିବାକୁ ସାର ମାନଗୋବିନ୍ଦ ନିବେଦନ କରିଆସୁଥିବା ବଳେ ଆଇ.ଟି.ଆଇ ପରିସର ରେ ଆସଦାଚରଣ ତଥା ଗତ ଶନିବାର ହଷ୍ଟେଲ ରେ ଦୁଷ୍କର୍ମ ଉଦ୍ୟମ କରିଥିବା ପୀଡିତା ଆଇ.ଟି.ଆଇ ପ୍ରିନସିପାଲ କୁ ଲିଖିତ ଆଭିଯୋଗ କରିଛନ୍ତି । ଆନ୍ୟପକ୍ଷ ରେ ଛାତ୍ରୀ ଙ୍କ ଆଭିଯୋଗ କୁ ମାନଗୋବିନ୍ଦ ମିଥ୍ୟା ଦର୍ଶ।ଇ । ଆଭିଯୋଗ ଆଣିଥିବା ଛାତ୍ରୀ କ୍ଲାସ ନ ଆସି ହଷ୍ଟେଲ ରେ ଶୋଉଥିବା ଯୋଗୁଁ ସର୍ବ ସମ୍ମଖରେ ତାଗିଦକୁ ପ୍ରତିଶୋଧ ପରାୟଣ ହୋଇ ମିଥ୍ୟା ଆଭିଯୋଗ କରୁଥିବା ସଫେଇ ଦେଇଛନ୍ତି । ପୀଡିତା ଛାତ୍ରୀ ଭବାନୀପାଟଣା ଶିଳ୍ପ ତାଲିକ କେନ୍ଦ୍ର ପ୍ରନସିପାଲ କୁ ଲିଖିତ ଆଭିଯୋଗ ପରେ ପ୍ରିନିସିପାଲ ସନତ କୁମାର ମୁଦୁଲି ଘଟଣା ତଦ’ ର ତଥା କାର୍ଯୟାନୁଷ୍ଠାନ ର ଆଶ୍ୱାସନା ଦେଇଛନ୍ତି । ହଲେ ନା ପୀଡିତା ନା ଆଇ,ଟି,ଆଇ କତୃପକ୍ଷ ଏ ନେଇ ଥାନା ରେ କୌଣସି ଏତଲା ଆଦ୍ୟାବଧି ଦେଇ ନାହାନ୍ତି । ଶିକ୍ଷା ଆନୁଷ୍ଠାନ ରେ ଏଭଳି ସଂଗୀନ ଆଭିଯୋଗ ପରେ ଛାତ୍ର ଛାତ୍ରୀ ସମେତ ବିଭିନ୍ନ ଛାତ୍ର ସଂଗଠନ କାର୍ଯୟାନୁଷ୍ଠାନ ନ ହଲେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି । ଆଭିଯୋଗ ସଂଗୀନ । ହଲେ ପୁଙ୍କାନୁପୁଙ୍କ ତଦ’ ର ଆବଶ୍ୟକତା ରହିଛି ଓ ଦେଷୀ ବିରୋଧ ରେ ଦୃଷ୍ଟାନ୍ତ ମୁଳକ କାର୍ଯୟାନୁଷ୍ଠାନର ଆବଶ୍ୟକତା ରହିଛି । ଯାହା ପୋଲିସ ଦ୍ୱାରା ହିଁ ସମ୍ଭବ । ଶିକ୍ଷକ ଓ ଛାତ୍ରୀଙ୍କ ବୟାନରୁ କିଏ ଜଣେ ମିଛ କହୁଛି । ଯଦି ଶିକ୍ଷକ ମିଛ କହୁଛନ୍ତି ଶିକ୍ଷା ଆନୁଷ୍ଟାନରେ ଏଭଳି ଶିକ୍ଷକ ଙ୍କ ଉପସ୍ଥିତି ଭୟଙ୍କର । ଯଦି ଶିକ୍ଷକ ଆନୁଶାସନ ପ୍ରତି ପ୍ରତିଶୋଧ ପରାୟଣ ହୋଇ ଛାତ୍ରୀ ମିଛ କହୁଛନ୍ତି ତବେ କଥା ସରିଲା । ଯାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ କିନ୍ତୁ ଶିକ୍ଷା ମନ୍ଦିରରେ ଏ ଘଟଣା ଗୁରୁ ଶିଷ୍ୟର ସଂପର୍କକୁ ନିଶ୍ଚିତ କଳଙ୍କିତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.