Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଘରୋଇ ସ୍କୁଲରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ : ୩ ଜଣିଆ ଟିମ୍‌ର ତନାଘନା, ସ୍କୁଲ କର୍ମଚାରୀ ଓ ଶିକ୍ଷକଙ୍କୁ ପଚରାଉଚରା

5/09/2020 at 9:34 PM

ବଲାଙ୍ଗୀର, ୦୫।୦୯:    ବଲାଙ୍ଗୀର ଜିଲ୍ଲା ତୁଷୁରା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ଇଂଲିଶ ମିଡିୟମ ସ୍କୁଲ ହଷ୍ଟେଲରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପହଁଚିଛି ୩ ଜଣିଆ ତଦନ୍ତକାରୀ ଟିମ୍। ଗୁଡ଼ଭେଳା ବ୍ଲକ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

ସ୍କୁଲର ବିଭିନ୍ନ ଅଧିକାରୀଙ୍କ ସହ ଶିକ୍ଷକଙ୍କୁ ପଚରା ଉଚରା କରିଛନ୍ତି ଟିମ୍ ।  ଘଟଣାକୁ ନେଇ ତଦନ୍ତ ଜାରି ରହିଛି। ତେବେ ଶୁକ୍ରବାର ଏ ନେଇ ଡିସିପିୟୁ ପକ୍ଷରୁ ତତ୍ପରତା ଦେଖାଇବା ସହ ଉଭୟ ପୀଡିତ ଛାତ୍ର ଓ ଅଭିଯୋଗକାରିଣୀ ମାଆଙ୍କୁ ବଲାଙ୍ଗୀରର ପୋକସୋ  କୋର୍ଟରେ ହାଜର କରିଥିଲେ।

କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୧୬୪ ଧାରାରେ ପୀଡିତ ଓ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଛି।  ତେବେ ଶନିବାର ସ୍କୁଲକୁ ୩ ଜଣିଆ ଟିମ୍ ଯାଇ ଅଧିକ ତଦନ୍ତ ଜାରି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣା ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା । ପୀଡିତ ଛାତ୍ରଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା ।

   Related Posts