କାର୍ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ; କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | March 26, 2019 IST

ବଲାଙ୍ଗିର ୨୬|୩ : ବଲାଙ୍ଗିରରେ କାର୍ ଧକ୍କାରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଜାତୀୟରାଜପଥ ୫୯ର ହୁଗୁଡାଠାରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ କରିଛନ୍ତି । ଛାତ୍ରୀଙ୍କ ମୃତଦେହ ରଖି ବଙ୍ଗମୁଣ୍ଡା-ଭାଲୁମୁଣ୍ଡା ରାସ୍ତା ଅବରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାସ୍ତାରେ ଚାଲିକି ଯାଉଥିବା ବେଳେ ଛାତ୍ରୀଙ୍କୁ କାର୍ ଧକ୍କା ଦେଇଥିଲା । ଫଳରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ ଛାତ୍ରୀ ହେଉଛନ୍ତି କଣ୍ଟାବାଞ୍ଜି ଥାନା ଧୁସମ୍ଭୁ ଗାଁର ପଦ୍ମିନୀ ମଲ୍ଲିକ । କାର୍ କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ବଙ୍ଗମୁଣ୍ଡା ପୋଲିସ । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ପରିବାରବର୍ଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.