Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ପୁଣି ଲଜ୍ୟା : ଯାତ୍ରା ଦେଖି ଫେରୁଥିବାବେଳେ ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ , ଜଣେ ଅଭିଯୁକ୍ତ ଅଟକ

4/11/2019 at 8:46 AM

ଭଦ୍ରକ ୪/୧୧: ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତର ଜଣେ ନାବାଳିକା ଛାତ୍ରୀ ତାଙ୍କ ଭାଇଙ୍କ ସହ ଚାନ୍ଦବାଲିରୁ ଯାତ୍ରା ଦେଖି ଫେରୁଥିବା ସମୟରେ ଚାନ୍ଦବାଲି କଲେଜ ରୋଡ଼ ଫାୟାର ଷ୍ଟେସନ୍ ନିକଟରେ ୪ଜଣ ଯୁବକ ଛାତ୍ରୀଙ୍କ ଭାଇଙ୍କୁ ମାଡ଼ ମାରି ଛାତ୍ରୀଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଛନ୍ତି ।

ଛାତ୍ରୀ ଜୋରରେ ଚିତ୍କାର କରିବାରୁ ଯାତ୍ରାରୁ ଫେରୁଥିବା ଅନ୍ୟ ଲୋକମାନେ ଘଟଣା ସ୍ଥଳରେ ପହଂଚି  ଯିବାରୁ ଛାତ୍ରୀଙ୍କୁ ଛାଡ଼ି ଅଭିଯୁକ୍ତ ମାନେ ଏକ ମଟର ସାଇକେଲରେ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରୁ ଜଣେ ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ ଧରିନେଇ ଏକ ଟେଲିଫୋନ ଖୁଂଟରେ ବାନ୍ଧି ପକାଇ ନିର୍ଦ୍ଧୁମ ଛେଚିଥିଲେ । ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଅଭିଯୁକ୍ତ ଯୁବକକୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ଥାନାକୁ ଆଣିବା ସହ ଅଧିକ ତଦନ୍ତ ଜାରି ରଖିଛି।

   Related Posts