Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୦ ଦଫା ଦାବିକୁ ନେଇ ବାଣୀବିହାରରେ ଉତ୍ତେଜନା : ପୋଲିସ୍ -ଛାତ୍ରଛାତ୍ରୀ ଧସ୍ତାଧସ୍ତି

16/09/2019 at 11:14 AM

ଭୁବନେଶ୍ବର ୧୬/୯: ୧୦ ଦଫା ଦାବିକୁ ନେଇ ବାଣୀବିହାରରେ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ କୁଳପତିଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି ଛାତ୍ରଛାତ୍ରୀ। କାର୍ଯ୍ୟାଳୟକୁ ଧଷେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ଡିସିପି ଅନୁପ ସାହୁ।

୧୦ ଦଫା ଦାବି ଗୁଡିକ ମଧ୍ୟରେ ରହିଛି ଏକ ନିର୍ଦ୍ଧିଷ୍ଟ ସମୟରେ ସମସ୍ତ ପରୀକ୍ଷା କରିବା, ପରୀକ୍ଷାର ୪୫ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ କରିବା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସ ଭିତରେ ସିସିଟିଭି କାର୍ଯ୍ୟକାରୀ କରିବା ଏବଂ ବିଶ୍ବବିଦ୍ୟାଳୟରେ ଥିବା ଅନ୍ୟାନ୍ୟ ସମସ୍ୟା।

   Related Posts