ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସାକୁ ନେଇ ସାରା ଦୁନିଆକୁ ଉସକାଇଥିବା ପାକିସ୍ତାନ ଏବେ ଛାତ୍ର ଆନ୍ଦୋଳନରେ ଅସମ୍ଭାଳ

Published By : Prameya-News7 Bureau | January 27, 2021 IST

ଲାହୋର୨୭।୧:  ସାଧାରଣତନ୍ତ୍ର ଦିବସରେ ଚାଷୀ ଆନ୍ଦୋଳନ ହିଂସାକୁ ନେଇ ସାରା ଦୁନିଆକୁ ଉସକାଇଥିବା ପାକିସ୍ତାନ ବୁଧବାର ନିଜେ ହିଂସାର ଜଳୁଛି। ମଙ୍ଗଳବାର ଦିଲ୍ଲୀ ଲାଲକିଲ୍ଲାରେ ଚାଷୀ ଲଙ୍କାକାଣ୍ଡ କରିବା ବେଳେ ଯେଉଁ ପାକିସ୍ତାନୀ ନେତା ଭାରତ ବିରୋଧରେ ବିଷ ଓଗାଳୁଥିଲେ ବୁଧ ନିଜ ପରିସ୍ଥିତି ସମ୍ଭାଳି ପାରୁନଥିବାରୁ ଦେଶରେ ଉପହସିତ ହେଉଛନ୍ତି। ପାକିସ୍ତାନ ୟୁନିଭର୍ସିଟି ଅଫ ସେଣ୍ଟ୍ରାଲ ପଞ୍ଜାବରେ ଭୟାନକ ଛାତ୍ର ଆନ୍ଦୋଳନ ଦେଖା ଦେଇଛି।

wp:embed {"url":"https://twitter.com/qiranbutt/status/1353998016810774529","type":"rich","providerNameSlug":"twitter","responsive":true,"className":""}
https://twitter.com/qiranbutt/status/1353998016810774529
/wp:embed

କ୍ୟାମ୍ପସରେ ଛାତ୍ର ଓ ପୋଲିସ ମୁହାଁମୁହିଁ ହୋଇଥିବା ବେଳେ ପୋଲିସ ଛାତ୍ରଙ୍କୁ ଗୋଡେଇ ଗୋଡେଇ ପିଟୁଥିବାର ଦୃଶ୍ୟ ପାକିସ୍ତାନୀ ସୋସିଆଲ ମିଡିଆରେ ଭାଇରଲ କରିବାରେ ଲାଗିଛନ୍ତି। ଘଟଣାରେ ସରକାର ଓ ପ୍ରଶାସନ ଦ୍ୱାର କିଳି ଚୁପଚାପ ବସିବା ଏବେ ଦେଶରେ ଜନ ଅସନ୍ତୋଷର କାରଣ ପାଲଟିଛି। କ୍ରୋଧିତ ଛାତ୍ର କ୍ୟାମ୍ପସରେ ନିଆଁ ଲଗାଇଦେଇଛନ୍ତି। 

wp:embed {"url":"https://twitter.com/qiranbutt/status/1353998988844953606","type":"rich","providerNameSlug":"twitter","responsive":true,"className":""}
https://twitter.com/qiranbutt/status/1353998988844953606
/wp:embed

ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ନେଇ ଛାତ୍ର ଅଶନ୍ତୋଷ ଉପୁଜିଛି। କରୋନା ଲକଡାଉନ ଯୋଗୁ ବର୍ଷସାରା ପାଠ ପଢା ହୋଇନି। ସରକାର ଅନଲାଇନ କ୍ଲାସ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶରେ ଏବେବି କରୋନା ପ୍ରକୋପ ରହିଛି। ଛାତ୍ର ଅନଲାଇନ ପରୀକ୍ଷା ଦେବାକୁ ଚାହୁଁଛନ୍ତି।  ତେବେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରୀକ୍ଷା ଦେବାକୁ ବାଧ୍ୟ କରୁଛନ୍ତି।

wp:embed {"url":"https://twitter.com/TMPnews1/status/1354104124720246785","type":"rich","providerNameSlug":"twitter","responsive":true,"className":""}
https://twitter.com/TMPnews1/status/1354104124720246785
/wp:embed

ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବା ବେଳେ ପୋଲିସ ସେମାନଙ୍କ ଉପରେ ଲାଠି ଚାଳନା କରିଥିଲା। ପରିସ୍ଥିତି ଉଗ୍ର ରୂପ ଧାରଣ କରିଥିବା ବେଳେ ଉତ୍ତେଜିତ ଛାତ୍ର ବିଶ୍ୱବିଦ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ଛାତ୍ରଙ୍କ ଭୟଙ୍କର ରୂପ ଦେଖି ଇମ୍ରାନ ସରକାରଙ୍କ ଶିକ୍ଷାମନ୍ତ୍ରୀ ସଫାକତ ମହମ୍ମୁଦ ଏବେ ବିଶେଷ ପରିସ୍ଥିତିକୁ ଦେଖି ଅନଲାଇନ ପରୀକ୍ଷାର ସମ୍ଭାବନା ଅଛି କି ନା ତାହା ସମୀକ୍ଷା କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.