Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଗାଳିର ପ୍ରତିଶୋଧ ନେବା ପାଇଁ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଫଟୋ ଇନ୍ସଟାଗ୍ରାମରେ ପୋଷ୍ଟ କଲା ଛାତ୍ରୀ

8/02/2019 at 2:32 PM

ଯୋଧପୁର ୮/୨ : ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଜଣେ ଛାତ୍ରୀ ରାଗି ଯାଇ ନିଜ ଶିକ୍ଷୟତ୍ରୀଙ୍କ ନାଁରେ ନକଲି ଇନ୍ସଟାଗ୍ରାମ ଆକାଉଣ୍ଟ ଖୋଲି ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରିଛି | ଏହାସହ ଛାତ୍ରୀ ଫଟୋରେ ଆପତ୍ତିଜନକ କମେନ୍ଟ ମଧ୍ୟ ଲେଖିଥିଲା | ଶିକ୍ଷୟତ୍ରୀଙ୍କ ଫଟୋକୁ ତାଙ୍କ କିଛି ପରିଚିତ ଲୋକଙ୍କ ସହ ଟ୍ୟାଗ କରିଥିଲା ଛାତ୍ରୀ | ଘଟଣାର ସେତେବେଳେ ଜଣାପଡିଥିଲା, ଯେତେବେଳେ ଶିକ୍ଷୟତ୍ରୀ ଟ୍ୟାଗ ହୋଇଥିବା ଫଟୋ ଦେଖିଥିଲେ | ଏହାପରେ ଶିକ୍ଷୟତ୍ରୀ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ମାମଲା ଆଧାରରେ ପୋଲିସ ଛାତ୍ରୀ ସମେତ ଦୁଇ ଜଣଙ୍କୁ ଗିରଫ କରିଛି |


ମହିଳା ଏକ କଲେଜରେ ଶିକ୍ଷୟତ୍ରୀ ଅଛନ୍ତି | ମହିଳାଙ୍କ କହିବାନୁଯାୟୀ, ବହୁ ବର୍ଷ ପୂର୍ବରୁ ସେ ଇନ୍ସଟାଗ୍ରାମରେ ଏକ ଆକାଉଣ୍ଟ ଖୋଲିଥିଲେ | ଏହି ଆକାଉଣ୍ଟ ସେ କେବେ କେମିତି ବ୍ୟବହାର କରୁଥିଲେ | ନିକଟରେ ମହିଳା ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାଁରେ ଆଉ ଏକ ନକଲି ଆକାଉଣ୍ଟ ରହିଛି | ଏହି ଆକାଉଣ୍ଟରେ ମହିଳାଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରାଯାଇଛି ଏବଂ ଏଥିରେ ଆପତ୍ତିଜନକ କମେଣ୍ଟ ମଧ୍ୟ ଦିଆଯାଇଛି |


ମହିଳାଙ୍କ ମାମଲା ଆଧାରରେ ପୋଲିସ ଆଇଟି ଆକ୍ଟରେ ମାମଲା ରୁଜ୍ଜୁ କରିଥିଲେ | ସାଇବର ସେଲ ମାମଲାର ତଦନ୍ତ କରିଥିଲା | ସାଇବର ସେଲ ଯାଞ୍ଚ ଦ୍ୱାରା ଜଣାପଡିଥିଲା ଯେ, ଆଇଡି ବଜାର ଆଖପାଖ ଅଂଚଳରୁ ଆକାଉଣ୍ଟ ଖୋଲାଯାଇଛି ଏବଂ ସେଠାରୁ ହିଁ ଫଟୋ ପୋଷ୍ଟ କରାଯାଉଛି | ପୋଲିସ ସଂପୃକ୍ତ ଅଂଚଳକୁ ଯାଇ ଅନୁସଂଧାନ କରିବାରୁ ଜଣାପଡିଥିଲା ଏସବୁ କାରନାମା ୧୯ ବର୍ଷ ବୟସ୍କ ଛାତ୍ରୀ ହେଲି ଟାକର | ପୋଲିସ ହେଲି ଏବଂ ତାର ସାଙ୍ଗ ପଙ୍କଜକୁ ଗିରଫ କରିଛି |


ସୂଚନାଯୋଗ୍ୟ ଯେ, ହେଲି ଏୟାର ହୋଷ୍ଟେସ ଛାତ୍ରୀ ଥିଲେ | ସେ ଏହି ଶିକ୍ଷୟତ୍ରୀଙ୍କ ଶିଷ୍ୟ ଥିଲେ | ଥରେ କ୍ଲାସରେ ମହିଳା ଛାତ୍ରୀକୁ କୌଣସି କାରଣରୁ ଗାଳି କରିଥିଲେ | ଏଥିରେ ରାଗିଯାଇ ହେଲି ଶିକ୍ଷୟତ୍ରୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ନିଷ୍ପତ୍ତି ନେଇଥିଲେ | କିଛି ଦିନ ପରେ ଶିକ୍ଷୟତ୍ରୀ କଲେଜ ଛାଡି ଦେଇଥିଲେ | ଏହାପରେ ହେଲି ପ୍ରତିଶୋଧ ନେବା ପାଇଁ ଶିକ୍ଷୟତ୍ରୀଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ଶିକ୍ଷୟତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ |


ହେଲି ତରଫରୁ କେହି ଶିକ୍ଷୟତ୍ରୀଙ୍କୁ ଫୋନ କରି ଧମକ ମଧ୍ୟ ଦେଇଥିଲା | ଧମକ ଦେବାପରେ ମହିଳା ଥାନାରେ ଏତଲା ଦେଇଥିଲେ | ପୋଲିସ ସବୁ ପ୍ରମାଣ ଯୋଗାଡ କରି ଅଭିଯୁକ୍ତ ଛାତ୍ରୀ ଏବଂ ତାର ସାଙ୍ଗକୁ ଗିରଫ କରିଛି | ଅଭିଯୁକ୍ତ ଛାତ୍ରୀ ନିଜ ଦୋଷ ସ୍ୱୀକାର କରିଛି |

   Related Posts