ଅନଲାଇନ୍ କ୍ଲାସ୍ ଚାଲିଥିବା ବେଳେ ଗ୍ରୁପରେ ପର୍ଣ୍ଣ୍ ଫଟୋ ପୋଷ୍ଟ କଲେ ଛାତ୍ର, ଆଉ ତାପରେ…

Published By : Prameya-News7 Bureau | May 08, 2020 IST

ଲକ୍ଷ୍ନୌ, ୦୮|୦୫: ଲକଡାଉନ୍ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଏହି ସମୟରେ ଅନଲାଇନ୍ କ୍ଲାସ୍ କରାଯାଉଛି । ଏହି ସମୟରେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି । ଅନଲାଇନ୍ କ୍ଲାସ ବେଳେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ପର୍ଣ୍ଣ୍ ଫଟୋ ପୋଷ୍ଟ୍ କରିବା ସହ ଅଶ୍ଲିଳ କଥା କହିଥିଲେ । ଏକ ହ୍ୱାଟସଆପ୍ ଗ୍ରୁପରେ ଏପରି ହେବା ପରେ ଅନ୍ୟମାନେ ଗ୍ରପରୁ ଲେଫ୍ଟ୍ ମାରିଦେଇଥିଲେ । ଉତ୍ତର ପ୍ରଦେଶର ଆଜମଗଡରେ ଏପରି ଚିତ୍ର ସାମ୍ନାକୁ ଆସିଛି ।

ସୂଚନାନୁସାରେ, ଆଜମଗଡର ଏକ ବେସରକାରୀ ସ୍କୁଲର ହ୍ୱାଟସଆପ୍ ଗ୍ରୁପରେ ଅନଲାଇନ୍ କ୍ଲାସ୍ ଚାଲୁଥିଲା । ସେହି ସମୟରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ପର୍ଣ୍ଣ୍ ଇମେଜ୍ ପୋଷ୍ଟ କରି ଅଶ୍ଲୀଳ କଥା କହିଥିଲେ । ଏହା ଦେଖିବା ପରେ ଶିକ୍ଷକ ଓ ଅଭିଭାବକମାନେ ଚକିତ ହୋଇଯାଇଥିଲେ । ଏନେଇ ସ୍କୁଲର ଅଧ୍ୟାପକ ପୋଲିସକୁ ଖବର ଦେଇଥିଲେ । ସେ ଆଜମଗଡ ଏସପିଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ ।

ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ଫଟୋ ପୋଷ୍ଟ୍ ହେବା ପରେ ସମସ୍ତ ଛାତ୍ର ଗ୍ରୁପରୁ ଲେଫ୍ଟ୍ ମାରିଦେଇଥିଲେ । ପୋଲିସର କହିବାନୁସାରେ, ଜଣେ ଛାତ୍ର ଫେକ୍ ନାଁରେ ଗ୍ରୁପରେ ସାମିଲ ହୋଇଥିଲେ । ସେ ଗ୍ରୁପରେ ଅଶ୍ଲୀଳ ଫଟୋ, ମେସେଜ ଆଦି, ସେଣ୍ଡ୍ କରିଥିଲେ । ତାଙ୍କୁ ଚିହ୍ନଟ କରାଯାଇଛି । ଏହାସହ କେସ୍ ମଧ୍ୟ ରୁଜୁ ହେବା ସହ ଅତିଶୀଘ୍ର ଛାତ୍ରଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.