ଛାତ୍ରୀଙ୍କୁ ଅସଦାଚରଣ : ନା ମାନେ ନା

Published By : Prameya-News7 Bureau | August 02, 2018 IST

ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ | ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ବିଡିପୁର ଗାଁରୁ ଆସିଛି ନିହାତି ଲଜ୍ଜାଜଣକ ଖବର | ଶିକ୍ଷାଦାନ ବଦଳରେ ସରକାରୀ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଶିକ୍ଷକ | ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ବିଡିପୁର ଉନ୍ନୀତ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା | ଉକ୍ତ ସ୍କୁଲର ବିଜ୍ଞାନ ଶିକ୍ଷକ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି | ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.