ଜିଆଇଟି କଲେଜ ପରିସରରେ ଛାତ୍ରୀଙ୍କ ଆତ୍ମାହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | November 03, 2021 IST

ଚଣ୍ଡିଖୋଲ, ୦୩/୧୧: ବଡଚନା ବ୍ଲକ ଅନ୍ତର୍ଗତ ଧନମଣ୍ଡଳ ଜୟଗୁରୁ ମନ୍ଦିର ନିକଟରେ ଅବସ୍ଥାପିତ ଜିଆଇଟି କଲେଜରେ ଜଣେ ଛାତ୍ରୀଙ୍କର ଝୁଲନ୍ତା ଅବସ୍ଥରେ ମୃତଦେହ ମିଳିଛି । ଛାତ୍ରୀର ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ପ୍ରକାଶ ଥାଉକି ବୁଧବାର ଅପରାହ୍ନ ୪ଟାରେ ଦ୍ୱିତୀୟ ବର୍ଷ ଛାତ୍ରୀ ସ୍ମୃତିଶ୍ରୀ ଦାସ କୌଣସି କାରଣରୁ ଗୋଟିଏ କୋଠରୀରେ ପଶି ଭିତର ପଟୁ କବାଟ ଦେଇ ଦେଇଥିଲେ। ସଙ୍ଗେ ସଙ୍ଗେ କଲେଜ କର୍ତ୍ତୃପକ୍ଷ ଓ କେତେଜଣ ଛାତ୍ରୀ କବାଟ ଭାଙ୍ଗି ଛାତ୍ରୀ ଜଣକ ଫ୍ୟାନରେ ଝୁଲି ଆତ୍ମାହତ୍ୟା କରିଥିବା ଦେଖି ସେମାନେ ଛାତ୍ରୀ ଜଣକୁ ଝୁଲନ୍ତା ଅବସ୍ଥାରୁ କାଢି ତଳେ ଶୁଆଇ ଦେଇ ପୁନଶ୍ଚ କବାଟ ବନ୍ଦ କରି ଛାତ୍ରୀର ପରିବାରକୁ ଜଣାଇବା ସହ ବଡଚଣା ଥାନା ଅଧିକାରୀଙ୍କୁ ଜଣାଇଥିଲେ।

ମାତ୍ର ଛାତ୍ରୀର ଆତ୍ମାହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଓ କେତେକ ଅଭିଭାବକ କଲେଜ କର୍ତ୍ତୃପକ୍ଷକୁ ଝିଅର ଆତ୍ମାହତ୍ୟା ପାଇଁ ଦାୟୀ କରିଛନ୍ତି । ଅପର ପକ୍ଷରେ କଲେଜ କର୍ତ୍ତୃପକ୍ଷ ଝିଅଟିର ମୃତ୍ୟୁ ଯେଉଁ ପରି ଅବସ୍ଥାରେ ହୋଇଛି ବୋଲି ପ୍ରକାଶ କରୁଛନ୍ତି ତାହା ସନ୍ଦେହ ଯୋଗ୍ୟ। ସେମାନଙ୍କ ମୁତାବକ କବାଟ ଭାଙ୍ଗିଲା ବେଳକୁ ଝିଅଟି ଆଣ୍ଠୁମାଡ଼ି ବସି ପଡ଼ିଛି । ତେଣୁ ଏପରି ଅବସ୍ଥାରେ ଜଣଙ୍କର କଣ ମୃତ୍ୟୁ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । କିଛି ବର୍ଷ ପୂର୍ବେ ଏଠାରେ ମଧ୍ୟ ଏହିପରି ଆଉ ଏକ ଘଟଣା ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.