ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | February 27, 2021 IST

ମୁନିଗୁଡା ୨୭।୨: ଆଶ୍ରମ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣଙ୍କ ହେଲେ ବିଜୁ ହୁଈକା । ତାଙ୍କ ବୟସ ୧୫ ବର୍ଷ । ତାଙ୍କ ଘର କାର୍ଲାକଣା ବୋଲି ଜଣାପଡିଛି । ସେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ମଙ୍ଗଳ ବିଭାଗ ଅଧୀନରେ ଥିବା ବେଥିଆପଡା ପଞ୍ଚାୟତର କପାପଦର ସରକାରୀ ଉଚ୍ଚ ବିଦ୍ୟାଳୟର ଆଶ୍ରମରେ ରହି ୯ମ ଶ୍ରେଣୀରେ ପାଠ ପଢୁଥିଲେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ସେ ହଷ୍ଟେଲରେ ଖାଇପିଇ ଶୋଇଥିବା ବେଳେ ଶନିବାର ସକାଳୁ କୌଣସି କାରଣରୁ ଅସୁସ୍ଥ ହୋଇପଡିଥିଲେ । ଦାଇତ୍ବରେ ଥିବା ଶିକ୍ଷକ ଆମ୍ବୁଲାନ୍ସରେ ବିଷମ କଟକ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି କରିଥିଲେ  ।  ଛାତ୍ର ଜଣଙ୍କ ଏଠାରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଅନ୍ୟପଟେ ଏହାକୁ ନେଇ ବିଜୁ ହୁଈକାଙ୍କ ପରିବାର ପକ୍ଷରୁ ଅବେହେଳା ହୋଇଥିବା ଅଭିଯୋଗ କରିଛନ୍ତି । ଉକ୍ତ ଛାତ୍ରଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ତାଙ୍କର କିଭଳି  ମୃତ୍ୟୁ ଘଟିଲା ତାହାର ତଦନ୍ତ ଦାବି କରିଛନ୍ତି ପରିବାରବର୍ଗ । ଅନ୍ୟପଟେ ଛାତ୍ର ଜଣଙ୍କ ସୁସ୍ଥ ଥିଲା ଏବଂ ହଠାତ୍ ଅସୁସ୍ଥ ହେବାରୁ  ହସ୍ପିଟାଲ ଅଣାଯାଇଥିବା  କୌଣସି ଅବେହେଳା କରାଯାଇନଥିବା  କହିଛନ୍ତି  ପ୍ରଧାନ ଶିକ୍ଷକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.