ନବୋଦୟ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ଦଳିତ ଛାତ୍ର ନିଖୋଜ ଅଭିଯୋଗ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

Published By : Prameya-News7 Bureau | July 07, 2019 IST

କଳାହାଣ୍ଡି ୭|୭: କଳାହାଣ୍ଡି ନର୍ଲ। ନବୋଦୟ ବିଦ୍ୟାଳୟରୁ ଦଳିତ ଛାତ୍ର ନିଖୋଜ ଅଭିଯୋଗ ହୋଇଛି । ଗତ ଜୁଲାଇ ୧ ତାରିଖଠାରୁ ବିଦ୍ୟାଳୟ ହଷ୍ଟେଲରୁ ନିଖୋଜ ହୋଇଥିବା ନେଇ ନର୍ଲ। ଥାନାରେ ଏତଲା ହୋଇଛି । ଏପର୍ଯ୍ୟନ୍ତ ନିଖୋଜ ଛାତ୍ରର କୌଣସି ସୂଚନା ମିଳିନାହିଁ ।

{"id":131284}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଲହରାଜୋର ଗାଁର ସଞ୍ଜିତ ନାଏକ ଗ୍ରୀଷ୍ମ ଛୁଟିରେ ଜୁନ ୩୦ ତାରିଖ ନିଜ ବଡ ଭାଇ ସହ ସ୍ଲୁଲକୁ ଫେରିଥିଲେ । ହେଲେ ଜୁଲାଇ ୧ ତାରିଖରୁ ନବୋଦୟ ହଷ୍ଟେଲରେ ଛାତ୍ର ଫେରି ନ ଥିବା ସ୍କୁଲ ପ୍ରିନସିପାଲ ନର୍ଲ। ଥାନାରେ ଏତଲା ଦେଇଥିଲେ । । ସଞ୍ଜିତ ନର୍ଲ। ନବୋଦୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଥିଲେ । କେଉଁ ପରିସ୍ଥିତିରେ ସେ ନିଖୋଜ ହୋଇଛନ୍ତି ପୋଲିସ ତଦନ୍ତ ଜାରି ରଖିଛି ।

{"id":131285}

ଗତ କିଛି ଦିନ ତଳେ ନର୍ଲା ନବୋଦୟ ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ଘଟଣା ପ୍ରଘଟ ହେବା ପରେ ବର୍ତ୍ତମାନ ସ୍କୁଲ ପରିସରରୁ ଦଳିତ ଛାତ୍ର ନିଖୋଜ ଘଟଣା ଛାତ୍ର ଛାତ୍ରୀ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । ନର୍ଲ। ପୋଲିସ ସ୍କୁଲ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.