ଦୁଇ ଦିନ ହେବ ହଷ୍ଟେଲରୁ ନିଖୋଜ ଛାତ୍ରଙ୍କ ମିଳୁନି ପତ୍ତା
26/09/2019 at 3:01 PM

ବାଲେଶ୍ବର ୨୬।୯: ଗତ ଦୁଇ ଦିନ ହେବ ହଷ୍ଟେଲରୁ ଜଣେ ଛାତ୍ର ନିଖୋଜ ହୋଇଛନ୍ତି । ଏପର୍ଯ୍ୟନ୍ତ ଛାତ୍ରଙ୍କର ପତ୍ତା ମିଳୁନି ।
ବାଲେଶ୍ବର ନେହରୁ ଯୁକ୍ତ ୨ କଲେଜର ଛାତ୍ର ବିକାଶ ଦାସ ହଷ୍ଟେଲରୁ ନିଖୋଜ ଅଛନ୍ତି । ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇ ନାହାନ୍ତି କି ଥାନାରେ ଅଭିଯୋଗ କରିନାହାନ୍ତି । ପୁଅର ନିଖୋଜ ଖବର ପାଇବା ପରେ ସଦର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ବିକାଶଙ୍କ ସଂପର୍କରେ କଲେଜ କର୍ତ୍ତୃପକ୍ଷ ସନ୍ତୋଷଜନକ ଉତ୍ତର ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
Related Posts
ମାମୁଘରୁ ଫେରୁଥିବା ବେଳେ ଟ୍ରାକ୍ଟରରୁ ପଡ଼ି ନାବାଳକ ମୃତ
7 March 2021