ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇ ଛାତ୍ର ନିଖୋଜ

Published By : Prameya-News7 Bureau | December 18, 2018 IST

ପୁରୀ  ୧୮|୧୨:  ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇ ଜଣେ ଛାତ୍ର ନିଖୋଜ ହୋଇଛନ୍ତି । ସିଟି ରୋଡ୍‌ ନିକଟରେ ସମୁଦ୍ରରେ ଗାଧୋଉଥିବାବେଳେ ଭାସିଯାଇଛନ୍ତି ଛାତ୍ର । ନିଖୋଜ ଯୁବକ ହେଲେ ରାଞ୍ଚି ବିଆଇଟି ମିଶ୍ର କଲେଜର ଛାତ୍ର ଶ୍ରୀକ୍ରିଷ୍ଣା ।

ସୂଚନା ଅନୁସାରେ ଗତକାଲି ୫ ଜଣ ସାଙ୍ଗଙ୍କ ସହ ପୁରୀ ଆସିଥିଲେ ଶ୍ରୀକ୍ରିଷ୍ଣା । ଆଜି ସକାଳୁ ହଲିଡେ ରିସୋର୍ଟ ନିକଟରେ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ତେବେ ସମୁଦ୍ରରେ ଗାଧୋଇବା ବେଳେ ଅସାବଧାନତା ବଶତଃ ଭାସିଯାଇଛନ୍ତି । ଲାଇଫ୍ ଗାର୍ଡଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.