ମୁଁ ମୋ ମିଶନରେ ଯାଉଛି ମୋତେ କେହି ଖୋଜିବ ନାହିଁ ..ସୋସିଆଲ ମିଡ଼ିଆରେ ଲେଖି ଛାତ୍ର ଗାଏବ

Published By : Prameya-News7 Bureau | April 04, 2019 IST

ଡ଼େରାଡ଼ୁନ ୪/୩- ମୁଁ ମୋ ମିଶନରେ ଯାଉଛି କେହି ମୋତେ ଖୋଜିବ ନାହିଁ..ଏଭଳି ମେସେଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଛାତ୍ର ଗାଏବ । ପୋଲିସ ଓ ପରିବାର ପକ୍ଷରୁ ଖୋଜିଖୋଜି ନୟାନ୍ତ ହେବା ପରେ ଏଭଳି ମେସେଜ ପଢ଼ି ହୋଇପଡ଼ିଛନ୍ତି ମର୍ମାହତ ।

ଏଭଳି ଅଭାବନୀୟ ଘଟଣାରେ ନିଖୋଜଛାତ୍ର କାହା ଦ୍ଵାରା ପ୍ରଭାବିତ ହୋଇ ଏପରି କରିଥିବା ଜଣାଯାଇଛି । କଲେଜରେ ପାଠ ପଢ଼ୁଥିବା ଜଣେ ସ୍କଲାର ଛାତ୍ରର ନିଖୋଜରେ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକ । ସଂଧ୍ୟାରେ ଘରକୁ ନ ଫେରିବା ପରେ ଘରେ ଚିନ୍ତିତ ହୋଇ ଥାନାରେ ଆଣିଥିଲେ ଅଭିଯୋଗ । ପ୍ରଥମେ କେହି ଅପହରଣ କରିନେଇଥିବା ନେଇ ପରିବାର ଲିକ ସନ୍ଦେହ କରୁଥିଲେ । କିନ୍ତୁ ଏଭଳି ମେସେଜ ସୋସିଆଲ ମିଡ଼ିଆରେ ଦେଖିବା ପରେ ଘଟଣାର ମୋଡ଼ ଭିନ୍ନ ହୋଇଯାଇଛି ।

ପୋଲିସ ପ୍ରାଥମିକ ତଦନ୍ତରୁ କିଛି ସୁରାକ ପାଇ ପାରିନାହିଁ । ଯାହା ଜଣାପଡ଼ୁଛି କୌଣସି ଆଧ୍ୟାତ୍ମିକ ଚିନ୍ତାଧାରାରେ ପ୍ରଭାବିତ ହୋଇ ଏପରି କରିଥାଇପାରେ ବୋଲି ଜଣାଯାଇଛି । ଏହି ଘଟଣାରେ ପରିବାର ଲୋକ ପୋଲିସରେ ମାମଲା ରୁଜୁ ପରେ ଖୋଜାଖୋଜି ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.