ବ୍ରାହ୍ମଣୀ ନଦୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
7/11/2019 at 3:09 PM

ରାଉରକେଲା ୭।୧୧: ବ୍ରାହ୍ମଣୀ ନଦୀରେ ବୁଢ଼ୀ ଛାତ୍ର ନିଖୋଜ । ନିଖୋଜ ଛାତ୍ର ହେଉଛନ୍ତି ଆଶିଷ ବଡାଇକ । ସେ ଅଷ୍ଟମ ଶ୍ରେଣୀରେ ଛାତ୍ର । ଦମକଳ ବାହୀନି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ଉଦିତ ନଗର ହାଇସ୍କୁଲର ୪ ଜଣ ଅଷ୍ଟମ ଶ୍ରେଣୀ ଛାତ୍ର ସ୍କୁଲ ନଯାଇ ବ୍ରାହ୍ମଣୀ ନଦୀ ତରକେରା ଡ୍ୟାମକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ ।

ରୋଷନ ଏକ୍କା ନାମକ ଯୁବକ ସେମାନଙ୍କୁ ଦେଖି ଉଦ୍ଧାର କରିଥିଲେ । ତିନି ଜଣ ଛାତ୍ର ତୁଷାର ସାହୁ, ବିଶ୍ବଜିତ ବିଶ୍ବାସ, ଜାହିଦ କାଦିର ଏହି ତିନି ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ଆଶିଷ ବଡାଇକ ନିଖୋଜ ଅଛନ୍ତି ।

ଏହି ୪ ଛାତ୍ର ଡ୍ରଇଂ କ୍ଲାସ ଥିବା ଘରେ କହି, ବହି ପତ୍ର ନ ନେଇ ଗାଧୋଇବାକୁ ଯାଇଥିଲେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଦୁଇଟି ଦମକଳ ବାହୀନି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021