ଗୁରୁ ଦିବସରରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ
5/09/2018 at 1:05 PM

ଝାରସୁଗୁଡା ୫/୯ : ଗୁରୁଦିବସରେ ସ୍କୁଲ ରେ ତାଲା ପକାଇଲେ ଛାତ୍ରଛାତ୍ରୀ। ଝାରସୁଗୁଡା ଜିଲ୍ଲା ତାଳପଟିଆ ହାଇସ୍କୁଲରେ ଗତ ଫେବ୍ରୁଆରୀ ମାସରୁ ଏକ ଅଭାବନୀୟ ପରିସ୍ଥିତିରେ ଗଣିତ ଶିକ୍ଷୟତ୍ରୀଙ୍କ ବଦଳି ହେବା ପରେ ଆଜି ପର୍ଯ୍ୟନ୍ତ ଏହି ପଦବୀ ଖାଲି ଥିବାରୁ ତୁରନ୍ତ ଗଣିତ ଶିକ୍ଷକ ପଦ ପୁରଣ କରିବାକୁ ଦାବୀ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ଗୁରୁ ଦିବସରେ ସ୍କୁଲରେ ଗୁରୁ ପୂଜା ହୋଇ ପାରିନି। ତେଣୁ ସ୍କୁଲ ଭିତରେ ରହିଥିବା ଶିକ୍ଷକ ମାନେ ପରମ୍ପରା ରକ୍ଷା କରିବାକୁ ନିଜେ ଡ:ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ପୂଜା କରିଥିଲେ।