ବାନ୍ଧବୀଙ୍କୁ ଦେଖା କରିବା ପାଇଁ ଭଦ୍ରକ ଷ୍ଟେଶନରେ ଚଳନ୍ତା ଟ୍ରେନରୁ ଡେଇଁପଡିଲେ ଯୁବକ

Published By : Prameya-News7 Bureau | October 06, 2018 IST

ଭଦ୍ରକ ୬|୧୦: ବାନ୍ଧବୀକୁ ଦେଖା କରିବା ପାଇଁ ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଯୁବକ । ଜୀବନ ସିନା ବଂଚି ଯାଇଛି, ହଲେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଭଦ୍ରକ ରେଳ ଷ୍ଟେସନର ତିନି ନମ୍ବର ପ୍ଲାଟ ଫର୍ମରେ ଆଜି ଘଟିଥିଲା ଏମିତି ଏକ ଦୁର୍ଘଟଣା । ଟ୍ରେନର ଷ୍ଟପେଜ ଭଦ୍ରକରେ ନଥିଲା । ତବେ ବାନ୍ଧବୀ ଅପେକ୍ଷା କରି ରହିଥିଲା । ଆଗ ପଛ ନଭାବି ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଏହି ଯୁବକ । ଭୂବନେଶ୍ବରର ଏକ ଘରୋଇ ଇଂଡିନିୟରିଂ କଲେଜରେ ପଢୁଥିବା ଛାତ୍ର ଏଭଳି କାମ କରିଛନ୍ତି ଆଉ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଭଦ୍ରକ ରେଳ ଷ୍ଟେସନର ତିନି ନମ୍ବର ପ୍ଲାଟ ଫର୍ମ ଦେଇ ଯାଉଥିଲା ପ୍ରଶାନ୍ତି ହାୱଡା ଏକ୍ସପ୍ରେସ । ଏହି ଟ୍ରେନର ଭଦ୍ରକରେ ଷ୍ଟପେଜ ନଥାଏ । ତବେ ଏକଥା ଜଣା ନଥିଲା ସେହି ଟ୍ରେନରେ ଆସୁଥିବା ଅଭିନନ୍ଦନ କୁମାରଂକୁ । ଆଉ ତାକୁ ଦେଖା କରିବା ପାଇଁ ଅପେକ୍ଷା କରିଥିବା ତାଙ୍କ ବାନ୍ଧବୀ ବି ଏକଥା ଜାଣି ନଥିଲେ । ହେଲେ ଭଦ୍ରକ ଷ୍ଟେସନରେ ଟ୍ରେନ ନରହିବାରୁ ବିବ୍ରତ ହୋଇପଡିଥିଲେ ଯୁବକ । ଭଦ୍ରକ ରେଳ ଷ୍ଟେସନରେ ଦ୍ରୁତ ଗତିରେ ଟ୍ରେନ ଅତିକ୍ରମ କରୁଥିବାବଳେ ହିଁ ସେ ଡେଇଁ ପଡିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତା ଶୂନ୍ୟ ହୋଇ ପଡିଗଲେ । ତାଙ୍କ ମୋବାଇଲ ଫୋନରୁ ଲାଷ୍ଟ କଲକୁ ଡାଏଲ କଲେ ପୋଲିସ, କଲ ରିସିଭ୍ କଲେ ତାଙ୍କ ବାନ୍ଧବୀ । ଦମକଳ ସହାୟତାରେ ତୁରନ୍ତ ଅଣାଗଲା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । ଏହି ଦୃଶ୍ୟ ଦେଖି ଭଦ୍ରକ ରେଳ ଷ୍ଟେସନର ଯାତ୍ରୀ ତାଜୁବ ହୋଇଯାଇଥିଲେ । ଚଳନ୍ତା ଟ୍ରେନରୁ କାହିଁକି ଡେଇଁଲେ ଯୁବକ । କେହି କିଛି ବୁଝି ପାରିନଥିଲେ । ପରେ ସବୁ କଥା ଜଣା ପଡିଲା । ଯୁବକର ଘର ବିହାରରେ । ସେ ଭୂବନେଶ୍ବରର ଏକ ଘରୋଇ ଇଂଜିନିୟରିଂ କଲେଜରେ ବିଟେକ୍ ପଢୁଛନ୍ତି । ଆଉ ତାଙ୍କ ବାନ୍ଧବୀ ମଧ୍ୟ ତାଙ୍କ କ୍ଲାସ ମେଟ୍ । ତବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲେ ବି ଡାକ୍ତର ନଜର ରଖିଛନ୍ତି । ଟ୍ରେନରେ ଯାତ୍ରା କରିବାବଳେ ଗନ୍ତବ୍ୟ ସ୍ଥଳରେ ସଂପୃକ୍ତ ଟ୍ରେନର ଷ୍ଟପେଜ ଅଛିକି ନାହିଁ ଜାଣିବା ଜରୁରୀ ବୋଲି ଆଜିର ଘଟଣା ସତର୍କ କରାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.