ଆଶ୍ରମ ସ୍କୁଲରେ ପୁଣି ଛାତ୍ରୀ ଅସୁସ୍ଥ, ଗତକାଲି ଜଣଙ୍କର ହୋଇଥିଲା ମୃତ୍ୟୁ

Published By : Prameya-News7 Bureau | January 02, 2020 IST

ପାଟଣା ୨।୧: ପୁଣି ଆଶ୍ରମ ସ୍କୁଲରେ ଛାତ୍ରୀ ଅସୁସ୍ଥ । କେନ୍ଦୁଝର ସାହାରାପଡା ବ୍ଲକ୍ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟର ୩ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ କରଡିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

{"id":205709,"sizeSlug":"large"}

ଗତକାଲି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହାସହ ୬ଜଣ ଅସୁସ୍ଥ ଛାତ୍ରୀଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାପଡିଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ବାସି ଖାଦ୍ୟ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.