ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | November 08, 2019 IST

ବଲାଙ୍ଗିର ୮।୧୧: ବଲାଙ୍ଗିର ଟାଉନ୍ ଥାନା ଶାନ୍ତିପଡାରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ଲୋଇସିଂହା ଥାନା ବେନ୍ଦ୍ରା ଗାଁର ରାମଚନ୍ଦ୍ର ଧରୁଆ । ବେକରେ ପ୍ଲାଷ୍ଟିକ୍ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

{"id":180938}

ବଲାଂଗୀର ସରକାରୀ ଆଇଟିଆଇର ଦ୍ବିତୀୟ ବର୍ଷରେ ପାଠ ପଢୁଥିଲେ ରାମଚନ୍ଦ୍ର । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.