IGIT କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି, ହଷ୍ଟେଲରେ ପସି ଭଙ୍ଗାରୁଜା

Published By : Prameya-News7 Bureau | April 14, 2021 IST

କାମାକ୍ଷାନଗର ୧୪।୪: ସରାଙ୍ଗ IGIT କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ। ବିବାଦକୁ ନେଇ କଲେଜରେ ଉତ୍ତେଜନା ।  ବିଳମ୍ବିତ ରାତିରେ ଶେଷ ବର୍ଷର ଛାତ୍ରଙ୍କ ଆକ୍ରମଣରେ ତୃତୀୟ ବର୍ଷ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି ।  ମଙ୍ଗଳବାର  ଫୁଟବଲ ଖେଳକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ପରେ ହାତାହାତି ହୋଇଥିଲା ।  ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର ଛାତ୍ରଙ୍କୁ ବୁଝାସୁଝା କରିଥିଲେ ।  

{"id":438171,"width":841,"height":378,"sizeSlug":"large","linkDestination":"none"}

ପୁଣି ବିଳମ୍ବିତ ରାତିରେ ତୃତୀୟ ବର୍ଷର ଛାତ୍ର ରହୁଥିବା ଭାସ୍କର ହଷ୍ଟେଲ ଉପରକୁ ବୋତଲ ମାଡ ସହ ହଷ୍ଟେଲରେ ପସି ଭଙ୍ଗାରୁଜା ହୋଇଛି । ଫଳରେ ଦୁଇଟି ବାଇକ୍ ଭାଙ୍ଗିରୁଜି ଯାଇଛି। କିଛି ଛାତ୍ର ଆହତ ମଧ୍ୟ ହୋଇଛନ୍ତି । ଗଣ୍ଡଗୋଳ ବଢିବା ଆଶଙ୍କାରେ କଲେଜରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇିଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏହାସହ ବ୍ରହ୍ମଶ, ଭାସ୍କର ଓ ସୂର୍ଯ୍ୟ ହଷ୍ଟେଲକୁ ତୁରନ୍ତ ଖାଲି କରିବା ପାଇିଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଓ କଲେଜ ପ୍ରଶାସନ ଉପସ୍ଥିତିରେ ହଷ୍ଟେଲ କ୍ୟାମ୍ପସ ଖାଲି କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.