ଏଣିକି ଛାତ୍ରଛାତ୍ରୀଙ୍କୁ ସହଜରେ ଅନଲାଇନରେ ମିଳିବ ସାର୍ଟିଫିକେଟ୍

Published By : Prameya-News7 Bureau | September 16, 2018 IST

ଭୁବନେଶ୍ୱର ୧୫/୦୯ : ଏଣିକି ଛାତ୍ରଛାତ୍ରୀଙ୍କୁ ସହଜରେ ଅନଲାଇନରେ ମିଳିବ ସାର୍ଟିଫିକେଟ୍ । ଓଡ଼ିଶା ଜନସେବା ଅଧିକାର ଅଧିନିୟମ ଅନ୍ତର୍ଗତ ଉଚ୍ଚ ଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କେତକ ସେବା ପାଇଁ ୱେବ ପୋର୍ଟାଲ ଉଦଘାଟନ ହୋଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏହି ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି । ଏହା ଦ୍ବାରା ଅନଲାଇନରେ ଛାତ୍ରଛାତ୍ରୀ ପାଇବେ ପ୍ରୋଭିଜିନାଲ୍ ସାର୍ଟିଫିକେଟ୍, ମାର୍କସିଟ୍, ମାଇଗ୍ରେସନ ସାର୍ଟିଫିକେଟ୍ । ବିଶ୍ବବିଦ୍ୟାଳୟ ସ୍ତରରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପ୍ରଥମେ ଏହି ସେବା ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.