ଜଙ୍ଗଲକୁ ଟେକିନେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଘଟଣା ସଂପର୍କରେ ଜଣାଇଲେ ମାରିଦେବାକୁ ଧମକ !

Published By : Prameya-News7 Bureau | July 17, 2019 IST

ସୁନ୍ଦରଗଡ ୧୭|୭: ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ସୁନ୍ଦରଗଡ କିଂଜିରିକେଲା ଡିଗ୍ରୀ କଲେଜର ଜଣେ ଛାତ୍ରୀଙ୍କୁ ସେହି କଲେଜର ଜଣେ ଛାତ୍ର ଓ ତାର ସାଙ୍ଗମାନେ ମିଶି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

{"id":134430}

ସୂଚନାଯୋଗ୍ୟ ଯେ, ଗତ ୨୬ତାରିଖରେ ଛାତ୍ରୀ ଜଣଙ୍କ କଲେଜ ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ବଳପୂର୍ବକ ପୁଟୁଡିହି ଜଙ୍ଗଲକୁ ଟେକିନେଇ ସେହି କଲେଜର ଜଣେ ଛାତ୍ରଙ୍କ ସମେତ ଅନ୍ୟ ସାଙ୍ଗ । ସେଠାରେ ସେମାନ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଘଟଣା ସଂପର୍କରେ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।

{"id":134431}

ତେବେ ପରିବାର ଲୋକେ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.