ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି
29/08/2018 at 12:54 AM

ଗଞ୍ଜାମ ୨୯/୮: ଛାତ୍ର ନିର୍ବାଚନ ପୂର୍ବରୁ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ରାତିରେ ବିଶ୍ବବିଦ୍ୟାଳୟର ଦୁଇ ଛାତ୍ରାବାସର ଛାତ୍ର ମୁହାଁମୁହିଁ ହୋଇ ମରାପିଟା ହୋଇଥିବା ଜଣାପଡ଼ିଛି। ଦୁଇ ଗୋଷ୍ଠୀର ୫ଜଣ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଅନ୍ୟ ପଟେ ଏକ ଛାତ୍ରଗୋଷ୍ଠୀ କୁଳପତିଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସି ସମସ୍ୟାର ସମାଧାନ କରିବାକୁ ଦାବି ଜଣାଇଥିଲେ। ବିଶ୍ବବିଦ୍ୟାଳୟରେ ପୋଲିସ୍ ମୁତୟନ ଅଛନ୍ତି।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021